Bikash Khabar
ଆଜି ବିଶ୍ୱ ଶୌଚାଳୟ ଦିବସ, ତିନି ହଜାର ଶୌଚାଳୟ ପ୍ରତିଷ୍ଠା କରିଛନ୍ତି ବସ୍ତିର ମହିଳା କଳାବତୀ

ଉତ୍ତରପ୍ରଦେଶର ଏକ ବସ୍ତିର ମହିଳା କଳାବତୀ ସାରା ଦେଶରେ ଶୌଚାଳୟ ଅଭିଯାନ ପାଇଁ ଏକ ପରିଚିତ ନାମ ହୋଇପାରିଛନ୍ତି । ୩୦ ବର୍ଷ ତଳେ ଖୋଲାରେ ଶୌଚକୁ ବିରୋଧ କରି ସେ ଗୋଷ୍ଠୀଗତ ଓ ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ ଓ ବ୍ୟବହାରକୁ ନେଇ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହାକୁ ଆଜି ସାରା ଦେଶ ମନେ ପକାଉଛି ।

୪୦ ବର୍ଷ ତଳେ କାନପୁର ନିକଟସ୍ଥ ସୀତାପୁରରୁ ବିବାହ କରି ରାଜାପୁରୱା ମଳିନ ବସ୍ତିକୁ ଆସିଥିଲେ କଳାବତୀ । ପତି ଜୟରାଜ ସିଂହ ଥିଲେ ଜଣେ ରାଜମିସ୍ତ୍ରୀ । ପତିଙ୍କୁ କାମରେ ସହାୟତା କରୁଥିଲେ କଳାବତୀ । ଶ୍ରମିକ ଭାରତୀ ସଂସ୍ଥାର ଶିକ୍ଷୟତ୍ରୀ ପ୍ରଭା ଏବଂ ଗଣେଶ ପାଣ୍ଡେଙ୍କ ପ୍ରେରଣାରେ ସେ ବସ୍ତିର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ । ସ୍ୱୟଂ ସହାୟକ ଦଳ ଗଢି ଆରମ୍ଭ କଲେ ନିୟମିତ ସଂଚୟ ଓ କ୍ଷୁଦ୍ର ଋଣ ଯୋଜନା । ସେ ସମୟରେ କାହାର ଶୌଚାଳୟ ନଥିଲା । ସଂଚୟ କରି ସେଥିରୁ  ଶୌଚାଳୟ ନିର୍ମାଣ ପାଇଁ ପ୍ରବର୍ତ୍ତନା ଦେଲେ କଳାବତୀ । ଲୋକଙ୍କ ମନକୁ ବି ପାଇଲା । ଏପରି ଭାବେ କଳାବତୀ ୯ଟି ସାର୍ବଜନୀନ ଶୌଚାଳୟ ଓ ୩ ହଜାର ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ କରାଇପାରିଛନ୍ତି । ମର୍କ ଇଣ୍ଡିଆ ନ୍ୟୁରୋବିୟାନ ଫର୍ଟ ନାମକ ଏକ ସଂସ୍ଥା କଳାବତୀଙ୍କୁ ପ୍ରକୃତ ହିରୋ ସମ୍ମାନରେ ସମ୍ମାନୀତ କରିଛି । 
 

19/11/2018

Leave a Reply

Your email address will not be published. Required fields are marked *

Comments