Bikash Khabar
ଦୁଷ୍କର୍ମ ଘଟଣାରେ ତ୍ୱରିତ ନ୍ୟାୟ ଦାବି କଲା ଦୁଷ୍କର୍ମ ନିବାରଣ ଅଭିଯାନ

ମହିଳା ବାଳିକାମାନଙ୍କୁ ଯେପରି ଦୁଷ୍କର୍ମରୁ ସୁରକ୍ଷା ଦିଆଯାଇପାରିବ ସେଥିପାଇଁ ୧୬୦ ବର୍ଷ ପୂର୍ବରୁ ଭାରତୀୟ ଦଣ୍ଡବିଧି ସଂହିତାରେ ବ୍ୟବସ୍ଥା ଥିବା ସତ୍ତ୍ବେ ଏବଂ  ଆଇନରେ ବ୍ୟାପକ ପରିବର୍ତ୍ତନ ଅଣାଯାଇଥିଲେହେଁ ଏହା ପରେ ମଧ୍ୟ ଓଡିଶାରେ ଦୁଷ୍କର୍ମ ଘଟଣା ବଢ଼ିବାରେ ଲାଗିଛି।ଏଭଳି ଘଟଣା ରାଷ୍ଟ୍ର ସମାଜ ପାଇଁ ଚିନ୍ତାଜନକ ଏହାର ନିରାକରଣ ପାଇଁ  ସମ୍ମିଳିତ ଉଦ୍ୟମ ହେବା ଉଚିତ୍ବୋଲି ଇଡ୍କଲ୍ଅଡିଟୋରିୟମରେ 'ଦୁଷ୍କର୍ମ ନିବାରଣ ଅଭିଯାନ' ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଗଣ ସମ୍ମିଳନୀରେ ମତ ପ୍ରକାଶ ପାଇଛି।ଏହି କାର୍ଯ୍ୟକ୍ରମରେ ଦୁଷ୍କର୍ମ ନିବାରଣ ଅଭିଯାନର ମୁଖ୍ୟ ଆବାହକ . ବିକାଶ ଦାସ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ରାଜ୍ୟରେ ବଢି ଚାଲୁଥିବା ଦୁଷ୍କର୍ମକୁ ରୋକିବା ଅପରିହାର୍ଯ୍ୟ ହୋଇପଡିଛି ନିକଟ ଅତୀତରେ ସମ୍ପର୍କରେ ବିଧାନସଭାରେ ଆଲୋଚନା କରାଯାଇ ରାଜ୍ୟ ସରକାର ଏକ ଶ୍ୱେତପତ୍ର ଉପସ୍ଥାପନ କରିଥିଲେ। ଏଥିରୁ ଜଣାପଡିଛି ଯେ ବିଗତ ବର୍ଷମାନଙ୍କରେ ଦୁଷ୍କର୍ମ ସଂଖ୍ୟା ବହୁଳଭାବେ ବୃଦ୍ଧି ପାଇଛି। ଗତ ୨୦୧୪ ମସିହାରେ ୧୯୭୮ଟି ଦୁଷ୍କର୍ମ ମାମଲା ହୋଇଥିବାବେଳେ ୨୦୧୫ ମସିହାରେ ୨୨୫୧ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି।ସେହିପରି ୨୦୧୬ ମସିହାରେ ୧୯୮୩ ମାମଲା, ୨୦୧୭ ମସିହାରେ ୨୨୨୧ ମାମଲା ଏବଂ ୨୦୧୮ ମସିହାରେ ୨୫୦୨ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ୨୦୧୯ ପ୍ରଥମ ତିନି ମାସରେ ୫୫୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ସେହିପରି ଶିଶୁ ଯୌନ ନିର୍ଯାତନା ମଧ୍ୟ ବୃଦ୍ଧି ପାଇଥିବା ଦୃଷ୍ଟିଗୋଚର ହୋଇଛି। ମାତ୍ର ନ୍ୟାୟ ପ୍ରଦାନ କ୍ଷେତ୍ରରେ ଅଧିକ ବିଳମ୍ବ ହେତୁ ଦୁଷ୍କର୍ମ ପିଡୀତାମାନେ କଠିନ ସମସ୍ୟାର ସମ୍ମୁଖୀନ ହେବା ସହ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି।ବରିଷ୍ଠ ସାମ୍ବାଦିକ ତଥା ଦୁଷ୍କର୍ମ ନିବାରଣ ଅଭିଯାନର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକ ଏହି ନାଗରିକ ସମ୍ମିଳନୀରେ ଯୋଗ ଦେଇ କହିଲେ ଯେ, ଆଇନ ଥିବା ସତ୍ତ୍ବେ ଦୁଷ୍କର୍ମ ମାମଲା ବୃଦ୍ଧି ନାଗରିକ ସମାଜକୁ ବ୍ୟଥିତ କରିଛି। ଏପରି କ୍ଷେତ୍ରରେ ନାଗରିକ ସମାଜ ନିରବଦ୍ରଷ୍ଟା ହୋଇ ବସି ପାରିବେନି। ତେଣୁ ଏହାକୁ କିପରି ପ୍ରତିହତ କରାଯିବ ସେ ସମ୍ପର୍କରେ ଜନମତ ସଂଗ୍ରହ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଦୁଷ୍କର୍ମ ନିବାରଣ ଅଭିଯାନ ପକ୍ଷରୁ ଆୟୋଜିତ ଗଣ ସମ୍ମିଳନୀକୁ ଉଦ୍ଘାଟନ କରି ରାଜ୍ୟ ମାନବିକ ଅଧିକାର ଆୟୋଗର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ୍ବୀର କିଶୋର ମିଶ୍ର ପ୍ରଚଳିତ ଆଇନ ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଭିନ୍ନ ରାୟ ସମ୍ପର୍କରେ ଆଲୋଚନା କରି ତ୍ୱରିତ ନ୍ୟାୟ ଉପରେ ଗୁରୁତ୍ୱାରୋପ କରିଥିଲେ।

11/08/2019

Leave a Reply

Your email address will not be published. Required fields are marked *

Comments