Bikash Khabar
ଡିସେମ୍ବର ୨ ରୁ ୧୧ ଟି ରୋଗ ପାଇଁ ହେବ ଟୀକାକରଣ

 ଶିଶୁଙ୍କୁ ବିଭିନ୍ନ ମାରାତ୍ମକ ରୋଗରୁ ରକ୍ଷା କରିବା ଲାଗି ସରକାର ବ୍ୟାପକ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ମସ୍ତିଷ୍କ ଜ୍ୱର ନିରାକରଣ ପାଇଁ ନଭେମ୍ବର ୧୧ରୁ ଟିକାକରଣ ଇଣ୍ଟେନ୍ସିିଫାଇଡ୍ମିଶନ ଇନ୍ଦ୍ରଧନୁଷ .କାର୍ଯ୍ୟକ୍ରମ ଡିସେମ୍ବର ୨ରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ୧୧ଟି ରୋଗ ପାଇଁ ଟିକାକରଣ ହେବ। ସୂଚନାଯୋଗ୍ୟ, ରାଜ୍ୟରେ ଟିକାକରଣ କାର୍ଯ୍ୟର ଧାର୍ଯ୍ୟ ଲକ୍ଷ୍ୟ ୯୦% ରହିଥିବାବେଳେ ୮୭% ସଫଳତା ମିଳିସାରିଛି। ଏନେଇ ବ୍ୟାପକ ସଚେତନତା ସହ ସମ୍ପୃକ୍ତ ବିଭାଗ କର୍ମଚାରୀମାନଙ୍କୁ ନେଇ ଓରିଏଣ୍ଟେଶନ୍କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯେଉଁ ସ୍ଥାନରେ ଆଶାକର୍ମୀ ନାହାନ୍ତି, ସେଠାରେ ଅଙ୍ଗନଓ୍ବାଡ଼ି କର୍ମୀମାନଙ୍କୁ ନିୟୋଜିତ କରାଯିବ। ସରକାରୀ ସ୍କୁଲଗୁଡ଼ିକ ସହ ଘରୋଇ ମିଶନ ସ୍କୁଲଗୁଡ଼ିକୁ ମଧ୍ୟ ସାମିଲ କରାଯିବ। ଶୁକ୍ରବାର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଟିକାକରଣ ଅଭିଯାନ ମିଶନ ଇନ୍ଦ୍ରଧନୁଷ .୦କୁ ବ୍ୟାପକ କରିବା ଦିଗରେ ରାଜ୍ୟ ଟାସ୍କ ଫୋର୍ସର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ, ୱାର୍ଲଡ୍ହେଲ୍ ଅର୍ଗାନାଇଜେଶନ୍ଓଡ଼ିଶାର ଆଞ୍ଚଳିକ ଟିମ୍‌-ଲିଡର ଡା. ନୀହାର ରଞ୍ଜନ ରାୟ, ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।

10/11/2019

Leave a Reply

Your email address will not be published. Required fields are marked *

Comments