Bikash Khabar
୫୦ ବର୍ଷ ତଳର ସ୍ମୃତି ଆଜି ଅମଳିନ,ଆଜିର ଦିନରେ ଚନ୍ଦ୍ରରେ ପହଞ୍ଚିଥିଲା ମଣିଷ

ଆଜକୁ ଠିକ ୫୦ ବର୍ଷ ତଳେ ଅର୍ଥାତ ୨୦ ଜୁଲାଇ ୧୯୬୯ ମସିହାରେ, ନାସାର ଆପୋଲୋ ୧୧ମିଶନ ସଫଳ ହୋଇଥିଲା। ଏହି ମିଶନ ଜରିଆରେ ଆମେରିକା ପ୍ରଥମ ଥର ପାଇଁ ଚନ୍ଦ୍ରକୁ ମଣିଷ ପଠାଇବାରେ ସଫଳ ହୋଇଥିଲା। ଦୀର୍ଘ ୫୦ ବର୍ଷ ପରେ ବି ଆଜି ବି ଏହି ସ୍ମୃତି ଅମଳିନ ହୋଇ ରହିଛି। ଆଜି (ଜୁଲାଇ ୨୦) ସମଗ୍ର ବିଶ୍ୱ ଆର୍ମଷ୍ଟ୍ରଙ୍ଗଙ୍କ ସେହି ଚନ୍ଦ୍ର ଅଭିଯାନର ସଫଳତାର ପଚାଶ ବର୍ଷ ପୂର୍ତ୍ତି ପାଳନ କରୁଛି। ଗୁଗୁଲ ମଧ୍ୟ ଆଜି ଡୁଡୁଲରେ ନୀଲ ଆର୍ମଷ୍ଟ୍ରଙ୍ଗଙ୍କ ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ଘଟଣାକୁ ସ୍ଥାନ ଦେଇଛି। ଆଉ ଦିନ ପରେ ଅର୍ଥାତ ଜୁଲାଇ ୨୨ ତାରିଖରେ ଭାରତ ମଧ୍ୟ  ତା ଦ୍ଵିତୀୟ ଚନ୍ଦ୍ର ଅଭିଯାନ ଆରମ୍ଭ କରିବ।ଆମେରିକା ରାଷ୍ଟ୍ରପତି ଜନ୍ ଏଫ୍ କେନେଡି ୧୯୬୧ରେ ଘୋଷଣା କରିଥିଲେ ଯେ ଆମେରିକା ଦିନେ ଚନ୍ଦ୍ରକୁ ଯିବ। ଏହାପରେ ଆମେରିକା ଚନ୍ଦ୍ର ଅଭିଯାନକୁ ସଫଳ କରିବା ପାଇଁ ଭରପୂର ପ୍ରୟାସ କରିଥିଲା। ପ୍ରଥମେ ନିଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରରେ ପାଥ ଥାପିଥିଲେ, ଆଉ ଠିକ୍ ୧୯ ମିନିଟ୍ ପରେ ଦ୍ୱିତୀୟ ମହାକାଶଚାରୀ ଆଲଡ୍ରିନ୍ ଚନ୍ଦ୍ରରେ ପାଦ ରଖିଥିଲେ। ଶେଷରେ ତୃତୀୟ ମହାକାଶଚାରୀ ତଥା ପାଇଲଟ୍ ମାଇକେଲ କଲିନ୍ସଙ୍କ ପାଦ ପଡ଼ିଥିଲା ୨୧ ଘଣ୍ଟା ୩୧ ମିନିଟ ଚନ୍ଦ୍ରରେ ରହିବା ପରେ ୨୪ ଜୁଲାଇ ୧୯୬୯ରେ ପୃଥିବୀକୁ ଫେରି ଆସିଥିଲେ ତିନି ମହାକାଶଚାରୀ। ଏହି ମହାକାଶ ଯାନକୁ ପ୍ରଶାନ୍ତ ମହାସାଗରରେ ଅବତରଣ କରାଯାଇଥିଲା। ଆପୋଲୋ-୧୧ ମିଶନକୁ ସଫଳ କରାଇବାରେ ସାରା ଦୁନିଆର ୪୦ ହଜାର ଲୋକଙ୍କ ଯୋଗଦାନ ରହିଥିଲା।

 

20/07/2019

Leave a Reply

Your email address will not be published. Required fields are marked *

Comments