Bikash Khabar
ଆଜି ବିଶ୍ୱ କର୍କଟ ଦିବସ,ପ୍ରତିବର୍ଷ ଚିହ୍ନଟ ହେଉଛନ୍ତି ୫୦ ହଜାର ନୂତନ କର୍କଟ ରୋଗୀ

ଆସନ୍ତାକାଲି ବିଶ୍ବ କର୍କଟ ଦିବସ। ବିଶ୍ବବ୍ୟାପୀ କର୍କଟ ରୋଗର ଭୟାବହତା ସଂପର୍କରେ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହାକୁ ପାଳନ କରାଯାଉଛି। ଦିନକୁ ଦିନ କର୍କଟ ରୋଗ ବଢ଼ି ଚାଲିଥିବା ବେଳେ ଲୋକମାନେ କିଭଳି ଏହାଠାରୁ ସଚେତନ ରହିପାରିବେ ଏହି ଦିବସରେ ଗୁରୁତ୍ବ ଦିଆଯାଇଥାଏ।ରାଜ୍ୟରେ ମଧ୍ୟ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ବର୍ଷକୁ ପ୍ରାୟ ୪୫-୫୦ହଜାର ନୂତନ କର୍କଟ ରୋଗୀଙ୍କୁ ଚିହ୍ନଟ କରାଯାଉଛି। ପର୍ଯ୍ୟନ୍ତ ରାଜ୍ୟରେ .୮ଲକ୍ଷ କର୍କଟ ଆକ୍ରାନ୍ତ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ମୁଖ ଗହ୍ବର କର୍କଟ ଥିବା ବେଳେ ଏହା ପଛକୁ ରହିଛି ସ୍ତନ ଜରାୟୁ କର୍କଟ। ରାଜ୍ୟରେ କର୍କଟ ରୋଗ ପାଇଁ କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନ ରହିଛି। ତେବେ ସେଠାରେ ରୋଗୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ତେଣୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଭିଡ଼ କମାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।

04/02/2020

Leave a Reply

Your email address will not be published. Required fields are marked *

Comments