Bikash Khabar
ବଢୁଛି ହର୍ବାଲ ହୋଲିର ଆଦର

 ବର୍ତ୍ତମାନ ଗ୍ରୀନ୍ଦିଓ୍ବାଲି ଭଳି ଗ୍ରୀନ୍ହୋଲି ଏକ ଭିନ୍ନ ଚିନ୍ତାଧାରା ହୋଇଥିବାବେଳେ ଏବେ ସବୁଠାରୁ ଆଗରେ ରହିଛି ହର୍ବାଲ ହୋଲିର ଆୟୋଜନ। ଗତ କିଛିବର୍ଷ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱରରେ ହର୍ବାଲ ହୋଲି ଟ୍ରେଣ୍ଡ୍ରେ ଅଛି। ଏଭଳିସ୍ଥଳେ ଗତ ୮ବର୍ଷ ଧରି ଭୁବନେଶ୍ୱରରେ ହର୍ବାଲ ହୋଲି ଉତ୍ସବର ଆୟୋଜନ କରିଆସୁଥିବା ସ୍ବପ୍ନା ପତି ଫାଉଣ୍ଡେଶନ ପକ୍ଷରୁ ଚଳିତବର୍ଷ ଜାତୀୟ ସ୍ତରରେ ହର୍ବାଲ ହୋଲି କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ଘୋଷଣା ହୋଇଛି।ସମସ୍ତ ପ୍ରକାରର ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇ ଏହା ପାଳନ ହେବ। ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପଡୁଥିବାରୁ ସଂଘର୍ଷ ସଂଗ୍ରାମ କରି ଜୀବନରେ ସଫଳ ହୋଇଥିବା ଜଣ ମହିଳାଙ୍କୁ ସମ୍ମାନିତ କରାଯିବ। ଏଥିସହିତ ଫୁଟବଲ ଖେଳି ଗୋଲ୍ଡ ମେଡାଲ ଜିତିଥିବା ୪୦ବର୍ଷରୁ ଅଧିକ ବୟସର ମହିଳା ଦଳଙ୍କୁ ସମ୍ବର୍ଦ୍ଧିତ କରାଯିବ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ୟତମ ଆକର୍ଷଣ ରହିବ। ଉତ୍ସବରେ ଓଡ଼ିଆ ଚଳଚ୍ଚିତ୍ର ଜଗତର କଳାକାରମାନେ ଯୋଗଦେଇ ହର୍ବାଲ ହୋଲିକୁ ଅଧିକ ରଙ୍ଗିନ ଏବଂ ଆକର୍ଷଣୀୟ କରିବେ। ଭାଇଚାରାର ଏହି ପର୍ବରେ କେବଳ ନିଜେ ନୁହେଁ, ବରଂ ଅନ୍ୟମାନଙ୍କୁ ରସାୟନ ରଙ୍ଗ ପ୍ରତି ସଚେତନ କରିବାକୁ ଯାଇ ହର୍ବାଲ ହୋଲି ପାଳନ କରିବାକୁ ସ୍ବପ୍ନା ପରାମର୍ଶ ଦେଇଥିଲେ। ବଜାରରେ ମିଳୁଥିବା ରଙ୍ଗରେ ହାନିକାରକ ରାସାୟନିକ ପଦାର୍ଥ ମିଶ୍ରିତ ହୋଇଥାଏ। ଯଦ୍ଦ୍ବାରା ଅନେକ ଜୀବନହାନି ହେବା ସହ ମାରାତ୍ମକ ଦୁର୍ଘଟଣା ଘଟିଥାଏ। ଏହିସବୁ ରଙ୍ଗଠାରୁ ଦୂରେଇ ରହି ଗାଜର, ବିଟ୍, ଟମାଟୋ, ପୁଦିନା, ହଳଦୀ, ଚନ୍ଦନ, ନିମ୍ବପତ୍ର, ମୁଲତାନୀ ମାଟି ଆଦି ପ୍ରାକୃତିକ ଘରୋଇ ସାମଗ୍ରୀକୁ ବ୍ୟବହାର କରି ହର୍ବାଲ ହୋଲି ପାଳନ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ବଜାରରେ ମିଳୁଥିବା ରାସାୟନିକ ଦ୍ରବ୍ୟ ମିଶା ରଙ୍ଗର ଦାମ୍ଅପେକ୍ଷାକୃତ କମ୍ରହୁଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ସହ ବେପାରରେ ଲାଭ କରିବାକୁ ଯାଇ ରଙ୍ଗ ତିଆରି କରୁଥିବା କମ୍ପାନୀମାନେ ରଙ୍ଗରେ ଅଧିକ ରସାୟନ ମିଶାଇ ବିକ୍ରି କରୁଛନ୍ତି। ପ୍ରଚୁର ରାସାୟନିକ ପଦାର୍ଥ ମିଶା ଏହି ରଙ୍ଗର କିଲୋ ପିଛା ମୂଲ୍ୟ ମାତ୍ର ୩୦୦ଟଙ୍କା ରହୁଛି। ତେଣୁ ଗ୍ରାହକମାନେ ସ୍ବାସ୍ଥ୍ୟ କଥା ଚିନ୍ତା କରି ବହୁଳ ମାତ୍ରାରେ ଏଭଳି ଶସ୍ତା ରଙ୍ଗ କିଣି ନେଉଥିବା ଦେଖାଯାଉଛି। ଏନେଇ ଚର୍ମରୋଗ ବିଶେଷଜ୍ଞଙ୍କ କହିବାନୁଯାୟୀ, ରସାୟନ ରଙ୍ଗ ତିଆରି ପାଇଁ କପର ସଲଫେଟ୍, କ୍ରୋମିୟମ ଆୟୋଡାଇଡ, ଆଲୁମିନିୟମ ବ୍ରୋମାଇଡ୍, ଲେଡ୍ଅକ୍ସାଇଡ, ମରକ୍ୟୁରି ସଲଫେଟ୍ଭଳି ହାନିକାରକ କେମିକାଲ ବ୍ୟବହାର କରାଯାଇଥାଏ। ଏହାଛଡା କେତେକସ୍ଥଳେ ଇଞ୍ଜିନ ଅଏଲ, ଟକ୍ସିକ୍ଏବଂ ଆଲକାଲାଇନ ପଦାର୍ଥ ମଧ୍ୟ ବ୍ୟବହୃତ ହୋଇଥାଏ। ଏସବୁ ହାନିକାରକ କେମିକାଲ ଦ୍ବାରା ଚର୍ମରୋଗ, ଆଲର୍ଜି, କିଡ୍ନୀ ରୋଗ, ପକ୍ଷାଘାତ ଏବଂ ଅନ୍ଧତ୍ବ ହେବାର ଆଶଙ୍କା ରହିଥାଏ। ତେଣୁ ଯେତେ ସମ୍ଭବ ଏହାଠାରୁ ଦୂରେଇ ରହି ସାଧାରଣ ଫଗୁରେ ହୋଲି ଖେଳିବା ଉଚିତ।

 

 

09/03/2020

Leave a Reply

Your email address will not be published. Required fields are marked *

Comments