Bikash Khabar
କୋଟପାଡ଼ ମାସ୍କ ର ବଢୁଛି ଚାହିଦା

ବିଶ୍ୱ ମହାମାରୀ କରୋନା କାଳରେ  ମାସ୍କ ଏବେ ପାଲଟିଛି  ଦୈନନ୍ଦିନ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ  ଆବଶ୍ୟକତା ବଢ଼ିଛି ବଜାରରେଦେଖିବାକୁ ମିଳୁଛି  ବିଭିନ୍ନ ପ୍ରକାରର ମାସ୍କ ଏମିତିକି ସମ୍ବଲପୁରୀ ମାସ୍କ, ପଶାପାଲ୍ଲୀ ମାସ୍କ ସହ ବିଦେଶୀ ବ୍ରାଣ୍ଡର ମାସ୍କ  ବଜାରରେ ବିକ୍ରି ହେଉଛି ମାସ୍କ ବଜାର ରେ ଏବେ ଦେଖିବାକୁ ମିଳୁଛି ରାଜ୍ୟର ବହୁଚର୍ଚ୍ଚିତ କୋଟପାଡ଼ ଫେବ୍ରିକସର ମାସ୍କ ଯାହାକୁ ତିଆରି କରୁଛନ୍ତି କୋଟପାନ ଅଂଚଳର କିଛି ମହିଳା ଏହା ପ୍ରାକୃତିକ ରଙ୍ଗ ଏବଂ ସୂତାରେ ତିଆରି ହୋଇଥିବାରୁ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୋଟପାନ ଅଞ୍ଚଳର ମିରିଗାନ ଶାଢ଼ୀ ଦେଶ ତଥା ବିଦେଶରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସେହିପରି ବର୍ତ୍ତମାନ କରୋନା ମହାମାରୀ ସମୟରେ ମିରିଗାନ ମାସ୍କର ମଧ୍ୟ ପ୍ରବଳ ଚାହିଦା ରହିଛି। ଏହି ମାସ୍କ ପ୍ରାକୃତିକ ରଙ୍ଗ ଏବଂ ସୂତାରେ ତିଆରି ହୋଇଥିବା ଯୋଗୁଁ ଚର୍ମରେ କୌଣସି କ୍ଷତି ହୋଇନଥାଏ ଫଳରେ ଏହାର ଚାହିଦା ବେଶ ରହିଛି ଏଠାକାର ମହିଳାମାନେ ପ୍ରତିଦିନ ୧୦୦  ରୁ ୧୫୦ ଟି ମାସ୍କ ତିଆରି କରନ୍ତି ୪୦  ଟଙ୍କାରୁ ଆରମ୍ଭ କରି ୧୦୦  ଟଙ୍କା ଯାଏଁ ଗୋଟିଏ ମାସ୍କର ମୂଲ୍ୟ ରହିଛି ଶସ୍ତା ,ସୁନ୍ଦର  ଏବଂ ନିରାପଦ ଥିବା ଯୋଗୁଁ ଲୋକେ ଏବେ ମିରିଗାନ ମାସ୍କ ଖୋଜୁଥିବା କୁହାଯାଉଛି 

କରୋନା କଟକଣା ମଧ୍ୟରେ ମିରିଗାନ ବସ୍ତ୍ର ବିକ୍ରି ନହେବାରୁ ଶେଷରେ କିଛି ମହିଳା ମିଶି ମିରିଗାନ ବସ୍ତ୍ରରେ ମାସ୍କ ତିଆରି କରିବା ଆରମ୍ଭ କରିଥିଲେ ଫଳରେ ଧିରେ ଧିରେ ଚାହିଦା ବଢ଼ିବାକୁ ଲାଗିଲା ବିଭିନ୍ନ ଡିଜାଇନର ମାସ୍କ ପ୍ରସ୍ତୁତ ହେଉଥିବାରୁ ଲୋକେ ଅନ୍ୟ ମାସ୍କ ଅପେକ୍ଷା ମିରିଗାନ ମାସ୍କ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି ସେପଟେ ଏହି ମାସ୍କ ତିଆରି କରି ଦୁଇ ପଇସା ରୋଜଗାର କରି ଯୁବତୀ ମାନେ ନିଜେ ସ୍ୱାବଲମ୍ବୀ ହୋଇଥିବା କହିଛନ୍ତି ଆଗାମୀ ଦିନ ମାନଙ୍କରେ ଏହି ମାସ୍କକୁ ଅଧିକ ମାତ୍ରାରେ ତିଆରି କରି ଜାତୀୟ ତଥା ଆନ୍ତର୍ଜାତୀୟ  ସ୍ତରରେ ପହଞ୍ଚାଇବା ପାଇଁଏହି ଶିଳ୍ପୀ ମାନେ  ଲକ୍ଷ୍ୟ ରଖିଛନ୍ତି

 

07/10/2020

Leave a Reply

Your email address will not be published. Required fields are marked *

Comments