Bikash Khabar
ଜନସଂଖ୍ୟାରେ ଚୀନ କୁ ଟପିଯିବ ଭାରତ -ଜାତିସଙ୍ଘ

ଏବେ ଭାରତର ଜନସଂଖ୍ୟା ୧୩୭ କୋଟି ରହିଥିବା ବେଳେ ଚୀନର ଜନସଂଖ୍ୟା ୧୪୩ କୋଟି ରହିଛି। କିନ୍ତୁ ଆଉ ବର୍ଷ ପରେ ସ୍ଥିତି ବଦଳି ଯିବ। ଚୀନ କୁ ଜନସଂଖ୍ୟା କ୍ଷେତ୍ର ରେ ପଛରେ ପକାଇ ଭାରତ ଆଗକୁ ଟପିଯିବ  ଆମ ଦେଶରେ ଏବେ  ଦ୍ରୁତ ଗତିରେ ଜନସଂଖ୍ୟା ବଢ଼ିବାରେ ଲାଗିଛି ଏମିତି ସ୍ଥିତି  ସୃଷ୍ଟି ହେବାକୁ ଯାଉଛି ଯେ ଭାରତ ଅତି ଶୀଘ୍ର  ଜନସଂଖ୍ୟାରେ ଚୀନକୁ ଟପିବ ଆଗାମୀ ବର୍ଷ ମଧ୍ୟରେ ବିଶ୍ୱର ସର୍ବାଧିକ ଜନସଂଖ୍ୟା ରାଷ୍ଟ୍ରଭାବେ ଭାରତକୁ ମିଳିବ ନୁଆଁ ପରିଚୟ ୨୦୫୦ ସୁଦ୍ଧା ଭାରତରେ ଜନସଂଖ୍ୟା ଆହୁରି ୨୭. କୋଟି ବଢ଼ିବ ବୋଲି ଆକଳନ କରିଛି ଜାତିସଂଘ ଏଥି ସହିତ ଭାରତ ଚଳିତ ଶତାବ୍ଦୀ ଶେଷ ବେଳକୁ ବିଶ୍ୱର ସର୍ବବୃହତ ଜନସଂଖ୍ୟା ଥିବା ଦେଶ ହୋଇପାରେ ଜାତିସଂଘର ଆର୍ଥିକ ଏବଂ ସାମାଜିକ ବ୍ୟାପାର ବିଭାଗର ପପୁଲେଶନ ଡିଭିଜନ ଦ୍ୱାରା ପ୍ରକାଶିତ ' ୱାର୍ଲଡ ପପୁଲେଶନ ପ୍ରସପେକ୍ଟସ ୨୦୧୯ ହାଇଲାଇଟ୍ସ'ରେ ଭାରତ, ନାଇଜେରିଆ, ପାକିସ୍ତାନ, କଂଗୋ, ଇଥିଓପିଆ, ତାଞ୍ଜାନିଆ, ଇଣ୍ଡୋନେସିଆ, ଇଜିପ୍ଟ ଆମେରିକା ଆଦି ୯ଟି ଦେଶରେ ଜନସଂଖ୍ୟା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି

18/06/2019

Leave a Reply

Your email address will not be published. Required fields are marked *

Comments