Bikash Khabar
ମୁଖ ଗହ୍ୱର କର୍କଟରେ ଭାରତ ବିଶ୍ୱରେ ପ୍ରଥମ

ଗତକାଲି ଅର୍ଥାତ ଶୁକ୍ରବାର ସାରା ବିଶ୍ୱରେ ପାଳିତ ହୋଇଯାଇଛି ବିଶ୍ୱ ତମାଖୁ ମୁକ୍ତ ଦିବସ।ତମାଖୁ ବର୍ଜନ କରିବା ଦିଗରେ ସଚେତନତ ପାଇଁ ଏଭଳି ଗୋଟିଏ ଦିବସ ପାଳନ କରାଯାଇଥାଏ।ଯେତେ ଯାହା ସଚେତନ କରାଗଲେ ବି ଯୁବ ସମାଜ ତମାଖୁ ଯୁକ୍ତ ଉତ୍ପାଦ ସେବନରୁ ନିବୃତ ହେଉ ଥିବାରୁ ବିଭିନ୍ନ ଭୟଙ୍କର ରୋଗର ସାମନନ କରିବାକୁ ପଡୁଛି ସମଗ୍ର ବିଶ୍ୱରେ ବର୍ଷକୁ ୭୦ ଲକ୍ଷ ଲୋକ ତମାଖୁ ସେବନ ଜନିତ କାରଣରୁ ପ୍ରାଣ ହରାଉଛନ୍ତି କେବଳ ଭାରତରେ ଏହି ସଂଖ୍ୟା ୧୩ଲକ୍ଷ ସବୁଠୁ ଉଦବେଗଜନକ କଥା ହେଲା, ମୁଖ ଗହ୍ୱର କର୍କଟ ବା ଓରାଲ କ୍ୟାନସରରେ ଭାରତ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି ରାଜ୍ୟରେ ବର୍ଷକୁ ଏକ ଲକ୍ଷ ୨୦ ହଜାର ଲୋକ ତମାଖୁ ସେବନ କାରଣରୁ ମୃତ୍ୟୁମୁଖରେ ପଡୁଛନ୍ତି ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେ ମୁତାବକ, ସମଗ୍ର ଦେଶରେ ମୁଖ ଗହ୍ୱର କର୍କଟ ରୋଗୀଙ୍କ ମଧ୍ୟରେ ଓଡିଶା ହାର ଜାତୀୟ ହାର ସହିତ ପ୍ରାୟ ସମାନ ଗୁଟଖା ବ୍ୟବହାରରେ ଓଡିଶା ଭାରତରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡିଶାରେ ୪୫. ପ୍ରତିଶତ ଲୋକ ତମାଖୁ ସେବନ କରୁଛନ୍ତି ଓଡ଼ିଶାରେ ବିଡି,ସିଗାରେଟ ଗୁଟଖାକୁ ସର୍ବସାଧାରଣ ସ୍ଥାନରେ ବିକ୍ରିପାଇଁ ନିଷେଧ କରାଯାଇଥିବା ବେଳେ ଏହା ସର୍ବତ୍ର ପରିଲକ୍ଷିତ ହେଉଛି ସ୍କୁଲ କଲେଜ ଠାରୁ ଆରମ୍ଭ କରି ପାନ ଦୋକାନ ରେଳ ଷ୍ଟେସନ ବସଷ୍ଟାଣ୍ଡନିକଟରେ ବେଧଡ଼କ ଗୁଟଖା ବିକ୍ରିବଟା ହେଉଛି  ୧୦ ବର୍ଷର ପିଲାଙ୍କୁ ଗୁଟଖାଖାଉଥିବା ଦେଖିଲେ ଏବେ ଆଶ୍ଚର୍ଯ୍ୟ ହେବାର ନାହିଁ 

01/06/2019

Leave a Reply

Your email address will not be published. Required fields are marked *

Comments