Bikash Khabar
ବିଶ୍ବ ଆର୍ଥିକ ସ୍ବତନ୍ତ୍ରତା ସୂଚୀରେ ୧୬୨ ଦେଶ ମଧ୍ୟରେ ଭାରତର ସ୍ଥାନ ୭୯

 ବିଶ୍ବ ଆର୍ଥିକ ସ୍ବତନ୍ତ୍ରତା ସୂଚୀରେ ଭାରତ ଉପରକୁ ଉଠିଛି। ଚଳିତବର୍ଷ ଭାରତ ୭୯ତମ ସ୍ଥାନରେ ରହିଛି। ବିଶ୍ବର ୧୬୨ଟି ଦେଶକୁ ନେଇ ଏହି ସୂଚୀ ପ୍ରସ୍ତୁତ ହୋଇଛି। ଏହାପୂର୍ବ ବର୍ଷ ଭାରତ ୯୬ତମ ସ୍ଥାନରେ ରହିଥିଲା। କାନାଡ଼ାର ଥିଙ୍କଟ୍ୟାଙ୍କ ଫ୍ରେଜର ଇନଷ୍ଟିଚ୍ୟୁଟ୍ ଏବଂ ଭାରତୀୟ ପ୍ରତିଷ୍ଠାନ ସେଣ୍ଟର ଫର୍ ସିଭିଲ ସୋସାଇଟି ପକ୍ଷରୁ ଏହି ସୂଚୀ ପ୍ରସ୍ତୁତ ହୋଇଛି। ବିଭିନ୍ନ ଦେଶର ଆଇନ ବ୍ୟବସ୍ଥା, ସମ୍ପତ୍ତି ଅଧିକାର ଅନ୍ୟାନ୍ୟ ପ୍ରସଙ୍ଗ ଆଦିକୁ ବିଚାରକୁ ନେଇ ଏହି ସୂଚୀର ବିକାଶ କରାଯାଇଛି। ଏହି ତାଲିକାରେ ହଂକଂ ଶୀର୍ଷ ସ୍ଥାନରେ ଥିବାବେଳେ ଦ୍ବିତୀୟ ସ୍ଥାନରେ ସିଙ୍ଗାପୁର, ତୃତୀୟ ସ୍ଥାନରେ ନ୍ୟୁଜିଲାଣ୍ଡ, ସ୍ବିଜରଲ୍ୟାଣ୍ଡ ଚତୁର୍ଥ ଏବଂ ଆମେରିକା ପଞ୍ଚମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ଭେନେଜୁଏଲା ୧୬୨ତମ, ଲିବିୟା ୧୬୧ତମ, ଆଲଜେରିଆ ୧୫୯ତମ ଏବଂ ଆଙ୍ଗୋଲା ୧୫୮ତମ ସ୍ଥାନରେ ରହିଛନ୍ତି। ଏହି ସୂଚୀରେ ଚୀନଠାରୁ ଆଗରେ ଭାରତ ରହିଛି। ଚଳିତବର୍ଷ ଭାରତ ୧୭ଟି ସ୍ଥାନ ଉପରକୁ ଉଠିଛି। ଚୀନ୍ ୧୧୩ତମ ସ୍ଥାନରେ ଥିବାବେଳେ ଭୁଟାନ ୮୭ତମ, ଶ୍ରୀଲଙ୍କା ୧୦୪ତମ, ନେପାଳ ୧୧୦ତମ, ବାଂଲାଦେଶ ୧୨୩ତମ, ପାକିସ୍ତାନ ୧୩୬ତମ ସ୍ଥାନ ଏବଂ ମିଆଁମାର ୧୪୮ତମ ସ୍ଥାନରେ ରହିଛନ୍ତି। ଏହି ସୂଚୀରେ ଜାପାନ, ଜର୍ମାନୀ, ଇଟାଲି, ଫ୍ରାନ୍ସ, ମେକ୍ସିକୋ, ରୁଷ ଏବଂ ବ୍ରାଜିଲ ଭଳି ଦେଶ ଯଥାକ୍ରମେ ୧୭, ୨୦, ୪୬, ୫୦, ୭୬, ୮୫ ଏବଂ ୧୨୦ତମ ସ୍ଥାନରେ ରହିଛନ୍ତି।

17/09/2019

Leave a Reply

Your email address will not be published. Required fields are marked *

Comments