Bikash Khabar
ବାତ୍ୟା ପୀଡିତ ଙ୍କୁ ମାଗଣା କିରୋସିନ ପାଇଁ ୩.୨୦ କୋଟି ପ୍ରଦାନ କଲା ରାଷ୍ଟ୍ରାୟତ ଉଦ୍ୟୋଗ ଓଆଇଏଲ୍

 ଫୋନି ପ୍ରଭାବିତ ଲୋକଙ୍କୁ ମାଗଣାରେ କିରୋସିନ୍ ଯୋଗାଣ ଲାଗି ରାଜ୍ୟ ସରକାରଙ୍କୁ କୋଟି ୨୦ ଲକ୍ଷ ଟଙ୍କା ଦେଇଛି ଅଏଲ ଇଣ୍ଡିଆ ଲିମିଟେଡ୍ ଅଏଲ୍ ଇଣ୍ଡିଆ ଲିମିଟେଡ୍ଜେନେରାଲ୍ ମ୍ୟାନେଜର ରାଜୀବ ସିଂଘଲ ବାବଦ ଚେକ୍ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ  ମାଗଣାରେ ହଜାର କିଲୋ ଲିଟର କରୋସିନ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ ଚିଠିର ତୁରନ୍ତ ଉତ୍ତର ଦେଇ ମାତୃ ଶ୍ରୀ ପ୍ରଧାନ ତୁରନ୍ତ ସହାୟତା ଦିଆଯିବ ବୋଲି ସୁଚାଇଥିଲେ ମୁଖ୍ୟମନ୍ତ୍ରୀଙ୍କ ଙ୍କ ଅନୁରୋଧ ପତ୍ରକୁ ସ୍ୱୀକାର କରି ହଜାର କିଲୋ ଲିଟର (୧୦ ଲକ୍ଷ ଲିଟର ) କିରୋସିନ   ମୂଲ୍ୟରାଶି  .୨୦ କୋଟି ଟଙ୍କାର ଚେକ୍ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ (ଓଆଇଏଲ୍) ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସୋମବାର ପ୍ରଦାନ କରାଯାଇଛି ଓଆଇଏଲର ଜେନେରାଲ ମ୍ୟାନେଜର ଶ୍ରୀ ରାଜୀବ ସିଂଘଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ବିଷ୍ଣୁପଦ ସେଠୀଙ୍କୁ ଏହି ଚେକ୍ ପ୍ରଦାନ କରିଛନ୍ତି।ମନ୍ତ୍ରୀ  ପ୍ରଧାନଙ୍କ ତ୍ୱରିତ ପଦକ୍ଷେପ କୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପ୍ରସଂଶା କରିଛି ସୂଚନାଯୋଗ୍ୟ ଯେ, ସାମୁଦ୍ରିକ ଝଡ ଫନୀ ଗତ ତାରିଖରେ ଓଡିଶାର ପୁରୀ ଠାରେ ଲ୍ୟାଣ୍ଡଫଲ କରିଥିଲା ଏହି ବାତ୍ୟା ପ୍ରଭାବରେ ରାଜ୍ୟର ୧୧ଟି ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ପୁରୀ ଜିଲ୍ଲା ବିଶେଷ ମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ ବିଜୁଳି ବ୍ୟବସ୍ଥା ଭୁଶୁଡି ପଡିଛି ଦୀର୍ଘ ଦିନ ଧରି ପୁରୀ ଜିଲ୍ଲାର ବିସ୍ତୃତ ଅଞ୍ଚଳରେ ବିଜୁଳି ଆସିପାରୁ ଥିବାରୁ କିରୋସିନି ଆବଶ୍ୟକତା ଥିଲା ବିପଦ ବେଳେ ରାଷ୍ଟ୍ରାୟତ ଉଦ୍ୟୋଗ ଓଆଇଏଲ୍ ସହଯୋଗର ହାତ ବଢ଼ାଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି

14/05/2019

Leave a Reply

Your email address will not be published. Required fields are marked *

Comments