Bikash Khabar
କ୍ଷୟକ୍ଷତି ଆକଳନ ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ

ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଙ୍କ ସହ ମିଶି କାମ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ଭାରତ ସରକାରଙ୍କ ମହାକାଶ ମନ୍ତ୍ରଣାଳୟ ଏହି ବୈଷୟିକ ସଂସ୍ଥା ପ୍ରଥମଥର ପାଇଁ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରିବା ପାଇଁ ଆଗ୍ରହ ଦେଖାଇଛନ୍ତି ଇସ୍ରୋର ନିର୍ଦେଶକ ପି ଜି ଦିବାକର ଫନି ମୁକାବିଲା ସହିତ ଲକ୍ଷାଧିକ ଲୋକଙ୍କ ଜୀବନ ରକ୍ଷା କରିପାରିଥିବାରୁ ଓଡିଶାକୁ ପ୍ରସଂଶା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓସଡମାର ପରିଚାଳନା ନିର୍ଦେଶକ ବିଷ୍ଣୁପଦ ସେଠି ଙ୍କୁ ଇସ୍ରୋ ଧନ୍ୟବାଦ ଦେଇଛି ଇସ୍ରୋ ପ୍ରସ୍ତୁତ କରିଥିବା ଓଡିଶା ଫ୍ଲଡ ହଜାର୍ଡ଼ ଆଟଲାସ ପାଇଁ ଶ୍ରୀ ସେଠି ସମସ୍ତ ପ୍ରକାର ସହାୟତା ଦେଇ ଥିବାରୁ ଇସ୍ରୋ ଖୁସି ଜାହିର କରିଛି ଓଡ଼ିଶାର ବିସ୍ତୃତ ବେଳାଭୂମି ରହିଥିବାରୁ ଏଠାରେ ରହୁଥିବା ମତ୍ସ୍ୟଜୀବି ମାନେ ସେମାନଙ୍କର ଆବଶ୍ୟକତା ଲାଗି ନାଭଆଇସି ବ୍ୟବହାର କରିବା ଦରକାର ବୋଲି ଇସ୍ରୋ ପରାମର୍ଶ ଦେଇଛି ନାଭଆଇସି ହେଉଛି ଆମେରିକାର ଗ୍ଲୋବାଲ ପୋଜିସନିଙ୍ଗ ସିଷ୍ଟମ ଭାରତୀୟ ସଂସ୍କରଣ ଏହା ମତ୍ସ୍ୟଜୀବି ଙ୍କୁ ସମୁଦ୍ର ଭିତରେ ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟ ଜନିତ ସୂଚନା ଦେବ। ଦିଆସିଲି ଖୋଲ ଆକୃତିର ଏହି ଡିଭାଇସ ବିପଦ ସମ୍ପର୍କିତ ସୂଚନା ଦେବା ସହିତ ମାଛର ସମ୍ଭାବ୍ୟ ସ୍ଥାନ ଗୁଡିକ ସମ୍ପର୍କରେ ସୂଚିତ କରାଇପାରିବ ତାମିଲନାଡୁ ଆନ୍ଧ୍ରପ୍ରଦେଶ ରେ ଏହାର ସଫଳ ପ୍ରୟୋଗ ହୋଇଛି ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଓଡ଼ିଶାରେ ଜନଗଣଙ୍କ ଧାନ ଜୀବନ ସୁରକ୍ଷିତ ପାଇଁ ରାଜ୍ୟ ସରକାରଙ୍କ ସହିତ ମିଶି କାମ କରିବାକୁ ଇସ୍ରୋର ଆଗ୍ରହ ଜଣାପଡିବା ପରେ ଏବେ ଦିଗରେ ରାଜ୍ୟସରକାର ଆବଶ୍ୟକୀୟ ପଦକ୍ଷେପ ନେବା ଚିନ୍ତାକରୁଛନ୍ତି

08/07/2019

Leave a Reply

Your email address will not be published. Required fields are marked *

Comments