Bikash Khabar
ଜୟପୁରକୁ ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତା ଦେଲା ୟୁନେସ୍କୋ

ଗୋଲାପ ନଗରୀ ଭାବେ ପରିଚିତ ତଥା କାରିଗରୀ ଭାସ୍କର୍ଯ୍ୟର ସହର ରାଜସ୍ଥାନର ଜୟପୁରକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ କରିଛି ଅଜର୍ବୈଜାନ୍ ରାଜଧାନୀ ବାକୁରେ ଜୁନ୍୩୦ ରୁ ଜୁଲାଇ ୧୦ ମଧ୍ୟରେ ଚାଲିଥିବା ୪୩ତମ ଅଧିବେଶନରେ ସଂକ୍ରାନ୍ତ ଘୋଷଣା କରାଯାଇଛି।  ୟୁନେସ୍କୋ ପକ୍ଷରୁ କୁହାଯାଇଛି ଯେ , ଜୟପୁର ନଗର ଯୋଜନା ପ୍ରାଚୀନ ହିନ୍ଦୁ ଏବଂ ଆଧୁନିକ ମୋଗଲ ତଥା ପାଶ୍ଚାତ୍ୟ ସଂସ୍କୃତିର ମିଶ୍ରିତ କୌଶଳ ଆଧାରରେ ତିଆରି ହୋଇଛି ଏହାର ଆଦର୍ଶ ରାସ୍ତା ନିର୍ମାଣ ଶୈଳୀ ପାଶ୍ଚାତ୍ୟ ହୋଇଥିବା ବେଳେ ବିଭିନ୍ନ ଜିଲ୍ଲା ଗଠନ ପାରମ୍ପରିକ ହିନ୍ଦୁ ତତ୍ତ୍ୱ ଉପରେ ଆଧାରିତ ରାସ୍ତାରେ ଲାଗି ଲାଗି ରହିଥିବା ପ୍ରଥମ ଶ୍ରେଣୀୟ ସ୍ଥାପତ୍ୟମାଳା କେନ୍ଦ୍ରସ୍ଥଳରେ ପରସ୍ପର ସହ ମିଳିତ ହୋଇଛନ୍ତି। ଏହାର ମଧ୍ୟସ୍ଥଳୀ ହେଉଛି ସର୍ବସାଧାରଣଙ୍କ ପାଇଁ ବିରାଟ ଛକ ଯାହାକୁ ଚୌପାର କୁହାଯାଏ। ମୁଖ୍ୟରାସ୍ତା କଡ଼େ କଡ଼େ ନିର୍ମିତ ବଜାର, ଷ୍ଟଲ୍, ବାସଭବନ ଏବଂ ମନ୍ଦିରର ସମ୍ମୁଖ ଭାଗ ଏକା ପ୍ରକାରର।ୟୁନେସ୍କୋର ମାନ୍ୟତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରି ଟୁଇଟ୍କରିଛନ୍ତି, ଜୟପୁର ନଗରୀ ସଂସ୍କୃତି ସୌର୍ଯ୍ୟ ସହ ଜଡ଼ିତ। ମାର୍ଜିତ ଊଚ୍ଛ୍ୱାସ ଭରା ଜୟପୁରର ଆତିଥ୍ୟତା ସବୁଆଡୁ ଲୋକଙ୍କୁ ଆକର୍ଷିତ କରେ। ୟୁନେସ୍କୋ ଦ୍ୱାରା ନଗରୀ ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତା ପାଇଥିବାରୁ ମୁଁ ଆନନ୍ଦିତ।

07/07/2019

Leave a Reply

Your email address will not be published. Required fields are marked *

Comments