Bikash Khabar
ଜଳ ସଂରକ୍ଷଣ ଲକ୍ଷ୍ୟ ନେଇ ଆରମ୍ଭ ହେଲା ଜଳଶକ୍ତି ଅଭିଯାନ

ଜଳ ସଂରକ୍ଷଣର ଉପକାରିତା ଜଳ ଉତ୍ସ ହ୍ରାସ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଜଳଶକ୍ତି ଅଭିଯାନ ନାଁରେ ଏକ ନୁଆଁ ଅଭିଯାନ ଆରମ୍ଭ କରିଛନ୍ତି। ନୂଆଦିଲ୍ଲୀରେ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ଏହି ଅଭିଯାନକୁ ଶୁଭାରମ୍ଭ କରି କହିଛନ୍ତି, ବର୍ତ୍ତମାନ ଜାତୀୟ ସ୍ତରରେ ଜଳ ସଂରକ୍ଷଣକୁ ପ୍ରାଥମିକତା ଦିଆଯାଉଛି ଏବଂ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଏବେ ପ୍ରକୃଷ୍ଟ ସମୟ। ଶେଖାୱତ୍ଜଳଶକ୍ତି ଅଭିଯାନରେ ଯୋଗଦାନ ପାଇଁ ସମସ୍ତ ନାଗରିକଙ୍କୁ ଆହ୍ୱାନ ଜଣାଇଛନ୍ତି ଶେଖାୱତ୍କହିଛନ୍ତି, ଜଳ ଅଭାବ ଜନିତ  ବିପଦରୁ ଦେଶକୁ ରକ୍ଷା କରିବାପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ଭାରତରେ ମୁଣ୍ଡପିଛା ଜଳ ଉପଲବ୍ଧତା ଅନେକ ମାତ୍ରାରେ ହ୍ରାସ ପାଇଛି ଏବଂ ଜଳବାୟୁ ପରିବର୍ତ୍ତନଦ୍ୱାରା ଭାରତ ପ୍ରଭାବିତ ହୋଇଛି ଏବଂ  ବର୍ତ୍ତମାନ କେବଳ ଶତକଡ଼ା ଭାଗ ବର୍ଷାଜଳ ସଂରକ୍ଷଣ ହୋଇପାରୁଥିବା ସେ କହିଛନ୍ତି ଜଳଶକ୍ତି ଅଭିଯାନ ପ୍ରଥମ ପର୍ଯ୍ୟାୟରେ ଜୁଲାଇ ପହିଲାରୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଯେଉଁଥିରେ ସବୁ ରାଜ୍ୟ ଏହି ଅଭିଯାନରେ ଅଂଶଗ୍ରହଣ କରିବେ। ଅକ୍ଟୋବର ପହିଲାରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟରେ ଫେରନ୍ତା ମୌସୁମୀ ପ୍ରଭାବିତ ହେଉଥିବା ରାଜ୍ୟଗୁଡ଼ିକ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି। ଏଥିରେ ବିଶେଷ କରି ୨୫୬ଟି ଜଳ ଅଭାବ ଜିଲ୍ଲା ହଜାର ୫୯୨ଟି ଜଳ ଅଭାବ ବ୍ଲକ୍ପ୍ରତି ବିଶେଷ ଧ୍ୟାନ ଦିଆଯିବ। ସୂଚନା ଯୋଗ୍ୟ ଯେ ଗତ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ କାର୍ଯ୍ୟକ୍ରମରେ ବର୍ଷାଜଳ ସଂରକ୍ଷଣ କୁ ପ୍ରାଥମିକତା ଦେଇଥିଲେ ଅଂଚଳ ବିଶେଷ ରେ ବିଭିନ୍ନ ପ୍ରକାର ଜଳ ଅମଳ ପଦ୍ଧତିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ

02/07/2019

Leave a Reply

Your email address will not be published. Required fields are marked *

Comments