Bikash Khabar
ଯାତ୍ରା କଳାକାର ଖୋଲିବେ କ୍ଷୁଦ୍ର ଉଦ୍ୟୋଗ

ମୁହଁରେ ରଙ୍ଗ ବୋଳି ମଞ୍ଚରେ ଦର୍ଶକଙ୍କୁ ମନୋରଂଜନ ଭେଟି ଦେଉଥିବା ଯାତ୍ରା କଳାକାର ଏଥର ଭେଟିଦେବେ ଉତ୍ପାଦ। ଜେକେ- ନାଁରେ ମାର୍କେଟରେ ଉପଲବ୍ଧ ହେବ ଯାତ୍ରା କଳାକାରଙ୍କ ଦ୍ବାରା ପ୍ରସ୍ତୁତ ଭିନ୍ନ ଭିନ୍ନ ଉତ୍ପାଦ। କରୋନା କଷଣ ଦେବା ପରେ ରୋଜଗାରର ଏଭଳି ବିକଳ୍ପ ବାଟ ଖୋଲିଛନ୍ତି ଯାତ୍ରା ଜଗତର କିଛି ଚିହ୍ନା ମୁହଁ। ମିନେରାଲ ପାଣିଠୁ ନେଇ ଧୂପକାଠି, ତେଲ, ମସଲା, କ୍ଷୀର ଉତ୍ପାଦ, ସାନିଟାରି ପ୍ୟାଡ୍ଆଦିର ଉଦ୍ୟୋଗ ଖୋଲିବେ ଯାତ୍ରା କଳାକାର। କେବଳ ନିଜେ ଆତ୍ମନିର୍ଭରଶୀଳ ହେବେ ନାହିଁ, ଅନେକଙ୍କୁ ନିଯୁକ୍ତି ମଧ୍ୟ ଦେବେ । ଓଡ଼ିଶା ଯାତ୍ରା କଳାକାର କର୍ମଚାରୀ ସଂଘର ଉପଦେଷ୍ଟା ତଥା ଅଭିନେତା ବାପି ପଣ୍ଡା କହିଛନ୍ତି, ବର୍ତମାନ ସୁଦ୍ଧା ୬୫ଜଣ କଳାକାର ନିଜସ୍ବ ଉଦ୍ୟୋଗ ପାଇଁ ପ୍ରସ୍ତୁତ ହେଲେଣି। - ଦିନ ମଧ୍ୟରେ ଜଗତସିଂପୁରରେ ଧୂପକାଠି ଉଦ୍ୟୋଗ ଆରମ୍ଭ ହେବ। ରାଇବଣିଆରେ ମିନେରାଲ୍ପାଣିର ଉଦ୍ୟୋଗ ଖୋଲିବାକୁ ଯାଉଛି।ଅଭିନେତା ଦୈତ୍ୟାରୀ ପଣ୍ଡା ମାଛ ଚାଷ କରିବାକୁ ଯାଉଥିବା ବେଳେ ରଂଜିତ ପାତ୍ର ସୋରିଷ ତେଲ ଉତ୍ପାଦ ପ୍ରସ୍ତୁତ କରିବେ। ବାପି ପଣ୍ଡା ନିଜେ ମସଲା ଉତ୍ପାଦ ପ୍ରସ୍ତୁତ କରିବେ। ଇତି ମଧ୍ୟରେ ସେ ୨୭ଜଣଙ୍କୁ ନିଜ ୟୁନିଟ୍‌‌ରେ କାମ ଦେବେ ବୋଲି କହିଛନ୍ତି।ମହିଳା ଯାତ୍ରା କଳାକାର ମାନେ ମଧ୍ୟ ଦିଗରେ ଆଗକୁ ଆସିଛନ୍ତି ରାଜ୍ୟ ସରକାର ଙ୍କ ଏମ ଏସ ଏମ ପକ୍ଷରୁ କିଭଳି ସହାୟତା ଅଣାଯିବ ସେ ଦିଗରେ ବ୍ୟାପକ ଆଲୋଚନା ହୋଇଥିବା କୁହାଯାଇଛି

31/08/2020

Leave a Reply

Your email address will not be published. Required fields are marked *

Comments