Bikash Khabar
ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ଫଳ,ଏସ ସି ବର୍ଗରେ ଓଡ଼ିଶାର ସମ୍ବିତ ବେହେରା ସର୍ବ ଭାରତୀୟ ଟପ୍ପର

  ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ଆଡଭାନ୍ସଡ ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ  ଓଡ଼ିଶାର ଛାତ୍ର ସମ୍ବିତ ବେହେରା ଏସ ସି ବର୍ଗର ସମୁଦାୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଦେଶରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ସମ୍ବିତ ରାଜସ୍ଥାନ କୋଟାରେ ରହି ପ୍ରସ୍ତୁତ ହେଉଥିବା ଜଣାପଡିଛି ମହାରାଷ୍ଟ୍ରର ଛାତ୍ର କାର୍ତ୍ତିକେୟ ଗୁପ୍ତା ସର୍ବୋଚ୍ଚ ନମ୍ବର ରଖି ସର୍ବଭାରତୀୟ ଟପ୍ପର ହୋଇଛନ୍ତି। ସେ ଜେଇଇ-ମେନ ୨୦୧୯ ପରୀକ୍ଷାରେ ୧୮ତମ ରାଙ୍କ ହାସଲ କରିଥିଲେ। ଜେଇଇ ଆଡଭାନ୍ସଡ ପରୀକ୍ଷାରେ ସେ ୩୬୦ରୁ ୩୩୭ ନମ୍ବର ରଖି ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି। କାର୍ତ୍ତିକେୟଙ୍କ ଘର ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ। ସେହିପରି ଆଲ୍ଲାହାବାଦର ହିମାଂଶୁ ସିଂହ ୨ୟ ଏବଂ ଦିଲ୍ଲୀର ଅର୍ଚ୍ଚିତ ବୁବନା ୩ୟ ସ୍ଥାନ ଅଧିକାର କରିଛନ୍ତି। ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ରମାନେ ଦେଶର ବିଭିନ୍ନ ଆଇଆଇଟି ଗୁଡିକରେ  ନାମ ଲେଖାଇ ପାରିବେ।

 

14/06/2019

Leave a Reply

Your email address will not be published. Required fields are marked *

Comments