Bikash Khabar
ଦୃଷ୍ଟାନ୍ତ ସାଜିଛନ୍ତି ଜିରା ମହାନ୍ତ

କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ପଚାୟତ କମଲାଙ୍ଗ ଗ୍ରାମର ଜିରା ମହନ୍ତ। 
ବୟସ ‌ଛୁଇଁଲାଣି ୬୨ । ହେଲେ ଥକି ପଡି ନାହାନ୍ତି।  ଆଜି ବି ସେ  ଅଛନ୍ତି ଚଳଚଞ୍ଚଳ। ରାତି ପାହିଲେ ଝାଡ଼ୁ ଧରି ଗାଁ ଦାଣ୍ଡ ,ସ୍କୁଲ ଚାରିପାଖ ,ଓ ପୋଖରୀ ତୁଠ ଘରୁ ବାହାରି ଯାଉଛନ୍ତି। ଗାଁ ଦାଣ୍ଡ, ସ୍କୁଲ ପରିସର ଓ ପୋଖରୀ ତୁଠ ସଫା‌ କରିବାର ନିଶା ତାଙ୍କୁ ଘାରିଛି । ଦୀର୍ଘ ୪୦ ବର୍ଷ ହେଲା ଜୀରା ଏହି କାର‌୍ୟ୍ୟ ଜାରି ରଖିଛନ୍ତି। ସମାଜକୁ ଦେଉଛନ୍ତି ସ୍ବଚ୍ଛତା ବାର୍ତ୍ତା। ଜିରାଙ୍କ ଏଭଳି ଏକାକୀ ମିଶନ ଙ୍କୁ ଗାଁ ରେ ମିଳିଛି ସମ୍ମାନ
 ଅଙ୍ଗନବାଡ଼ି ରୋଷେୟା  କାର‌୍ୟ୍ୟରୁ ଦୁଇବର୍ଷ ତଳୁ ଅବସର ନେଇଥିବା ଜୀରା କହିଛନ୍ତି, ଶାଶୂଘରକୁ ଆସିବା ପର ଠାରୁ ସେ ଗ୍ରାମ ସଫେଇ କରୁଛନ୍ତି। ଏଥିପାଇଁ କେହି ତାଙ୍କୁ କେବେ କହି ନାହାନ୍ତି। ବରଂ ପରିବାର ରୁ ମିଳିଛି ସହଯୋଗ ।
ଜୀରାଙ୍କ ଠାରୁ ପ୍ରେରଣା ପାଇ ଗାଁର ଝିଅବୋହୂ ଓ ପିଲାବୁଢ଼ା ସମସ୍ତେ ଏବେ ସ୍ବଚ୍ଛତାକୁ ଗୁରୁତ୍ବ ଦେଉଛନ୍ତି। ସମସ୍ତେ ଗ୍ରାମ ପରିବେଶ ସଫା ସୁତରା ରଖିବାକୁ ଉଦ୍ୟମ କରୁଛନ୍ତି। ଝିଅବୋହୂ ମଧ୍ୟ ବିଭିନ୍ନ ସମୟରେ ଅଙ୍ଗନବାଡ଼ି କେନ୍ଦ୍ର ଆଗ, ରାସ୍ତା ଓ ପୋଖରୀ ତୁଠ ସଫା କରୁଛନ୍ତି।ଜିରାଙ୍କ ସେବା କୁ ମାନେ ପକାଇ ଜଣେନବମ ଶ୍ରେଣୀ ଛାତ୍ରୀ ତପସ୍ବିନୀ ମହାନ୍ତ କହିନ୍ତି ଜିରା ଦିଦି  ରାତି ପାହାନ୍ତାରୁ ଉଠି ଗାଁ ରାସ୍ତା, ପୋଖରୀ ତୁଠ ସେ ସଫା କରୁଥିବା ଆମେ ଛୋଟବେଳୁ ଦେଖିଆସୁଛୁ। ଜିରାଙ୍କ ଏଭଳି ପ୍ରୟାସ ପାଇଁ ଗାଁ ଟି ପରିମଳ ଓ ସ୍ୱଚ୍ଛତା କ୍ଷେତ୍ରରେ ନିଜର ଏକ ନିଆରା ପାଦ ଥାପି ପାରିଛି ।

11/03/2019

Leave a Reply

Your email address will not be published. Required fields are marked *

Comments