Bikash Khabar
ଜିଓ”ଲଞ୍ଚ କଲା ନୂଆ ନ୍ୟୁଜ୍ ଏଗ୍ରିଗେଟର ଆପ୍

ଟେଲିକମ୍ ଇଣ୍ଡଷ୍ଟ୍ରୀରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିବା ରିଲାୟନ୍ସ ଜିଓ ଏବେ ଆଉ ଏକ ନୂଆ ବିପ୍ଳବ ଆଣିଛି  ସଂସ୍ଥା ପକ୍ଷରୁ ନୂଆ  ନ୍ୟୁଜ୍ ଏଗ୍ରିଗେଟର ଆପ ଲଞ୍ଚ କରାଯାଇଛି ଜିଓ ଏକ୍ସପ୍ରେସ ବଦଳରେ କମ୍ପାନୀ ଏବେ ଏହି ନୂଆ ଆପ୍ ଲଞ୍ଚ କରିଛି। ଜିଓ ନ୍ୟୁଜ ମୋବାଇଲ ଆପ୍ ସହିତ ୱେବ ସର୍ଭିସ ମଧ୍ୟ ଆରମ୍ଭ କରିଛି କମ୍ପାନୀ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ଏହି ଆପ ଡାଉନଲୋଡ କରିହେବ ଜିଓ ନ୍ୟୁଜର କମ୍ପାନୀ ଏଭଳି ସମୟରେ ଏହି ସେବା ଆରମ୍ଭ କରିଛି, ଯେତେବେଳେ ଦେଶରେ ସାଧାରଣ  ନିର୍ବାଚନ ଚାଲିଛି ପୁଣି  ମେ୩୦ରୁ ଇଂଲଣ୍ଡରେ ବିଶ୍ୱକପ କ୍ରିକେଟ ଆରମ୍ଭ ହୋଇଯିବ। ଏହି ଆପ ମାଧ୍ୟମରେ ୧୨ରୁ ଅଧିକ ଭାଷାରେ ପାଠକ ମାନଙ୍କ ନିକଟରେ  ଖବର ଉପଲବ୍ଧ ହୋଇପାରିବ ଏଥି ସହିତ ୧୫୦ ଲାଇଫ ଚ୍ୟାନେଲ, ୮୦୦ ମ୍ୟାଗାଜିନ ଏବଂ ୨୫୦ରୁ ଅଧିକ ଖବରକାଗଜ ସହିତ ଅନଲାଇନ ବ୍ଲଗ ଗ୍ରାହକଙ୍କୁ ମିଳିପାରିବ।ଗ୍ରାହକଙ୍କୁ ଜିଓ ନ୍ୟୁଜ ତରଫରୁ ଇଂରାଜୀ, ହିନ୍ଦୀ, ଓଡ଼ିଆ, ବଙ୍ଗଳା, ଗୁଜୁରାଟୀ, ମରାଠୀ, ପଂଜାବୀ, ତାମିଲ, ଉର୍ଦ୍ଦୁ ସମେତ ଅନ୍ୟ ଭାଷାରେ ମଧ୍ୟ ନ୍ୟୁଜ ମିଳିପାରିବ। କମ୍ପାନୀ କହିଛି, ଜିଓ ନ୍ୟୁଜ ୟୁଜର୍ସ ନିଜର ଇଚ୍ଛା ଅନୁସାରେ ହୋମପେଜକୁ କଷ୍ଟମାଇଜ କରି ପାରିବେ।ସେହିଭଳି ବ୍ୟବହାରକାରୀମାନେ ରାଜନୀତି , ଖେଳ, ମନୋରଂଜନ, ବ୍ୟବସାୟ, ସୂଚନାପ୍ରଯୁକ୍ତି, ଜୀବନଶୈଳୀ, ଫ୍ୟାସନ, କ୍ୟାରିୟର, ସ୍ୱାସ୍ଥ୍ୟ, ଜ୍ୟୋତିଷ, ବିତ୍ତିୟ ଏବଂ ଅନ୍ୟ ଖବର ପାଇଁ ନିର୍ଦ୍ଧିଷ୍ଟ  କାଟାଗୋରୀକୁ ଯାଇ ଚାହୁଁଥିବା କାଟାଗୋରୀକୁ ଓପନ କରି ଦେଖି ପାରିବେ ଏବେ ନ୍ୟୁଜ ପୋର୍ଟାଲ ଜମାନା ଧୀରେ ଧୀରେ ସାରି ଆସୁଥିବା ଅନୁଭବ କରିହେଉଛି ବଜାରରେ ଡେ଼ଲି ହଣ୍ଟ ପରି ନ୍ୟୁଜ୍ ଏଗ୍ରିଗେଟର ମାନେ ଗୋଟିଏ ପ୍ଲାଟଫର୍ମରେ ଏକାଧିକ ସଂସ୍ଥାର ଖବର ପହଞ୍ଚାଇ ଦିଗରେ ବିପ୍ଳବ ଆରମ୍ବ କରିଛନ୍ତି

14/04/2019

Leave a Reply

Your email address will not be published. Required fields are marked *

Comments