Bikash Khabar
ଜୁନ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଓଡିଶା ଛୁଇଁବ ମୌସୁମୀ

ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ  ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜରେ ପହଞ୍ଚିଛି। ଫଳରେ ସେଠାରେ ଗତ ୨ଦିନ ହେବ ବର୍ଷା ଲାଗି ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଘଣ୍ଟା ପ୍ରତି ୨୮ କିଲୋମିଟର ବେଗରେ ବାୟୁ ପ୍ରବାହିତ ହେଉଛି। ମୌସୁମୀ ବାୟୁର ଆଗମନ ପୂର୍ବରୁ ଗତ ବୁଧବାରଠାରୁ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଉପରେ ଲଗାତାର ବାଦଲ ଛାଇ ହୋଇରହିଛି।

ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ କୁହାଯାଇଛି ଯେ  ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନରେ ବର୍ଷା ଆରମ୍ଭ ହୋଇଛି। ଆଗାମୀ / ମଧ୍ୟରେ ମୌସୁମୀ ବାୟୁ ଆଣ୍ଡାମାନ-ନିକୋବର ଅତିକ୍ରମ କରିବ। ଏହାଫଳରେ ସେଠାରେ ପ୍ରବଳ ବର୍ଷା ହୋଇପାରେ। ମୌସୁମୀ ବାୟୁ  ଆସନ୍ତା ଜୁନ୍ ସୁଦ୍ଧା କେରଳରେ ପହଞ୍ଚିଯିବ।  ଜୁନ ୨ୟ କିମ୍ବା ୩ୟ ସପ୍ତାହରେ ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି

19/05/2019

Leave a Reply

Your email address will not be published. Required fields are marked *

Comments