Bikash Khabar
କଳାହାଣ୍ଡି ,ଏବେ ବି ବାଇକ ଆମ୍ବୁଲାନ୍ସ ଭରସା

କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସ୍ୱାଧୀନତାର ଦୀର୍ଘ ଦଶନ୍ଧି ପରେ ମଧ୍ୟ ଲୋକଙ୍କୁ ଉପଲବ୍ଧ ହୋଇପାରିନାହିଁ ଜିଲ୍ଲାରେ ବହୁ ଅଞ୍ଚଳରେ ଆମ୍ବୁଲାନ୍ସ ଗାଡି ଯିବା ପାଇଁ ରାସ୍ତା ନାହିଁ ବହୁ ଦୁର୍ଗମ ଅଞ୍ଚଳକୁ ପାଦଚଲା ରାସ୍ତା ହିଁ ଲାଇଫ ଲାଇନ ସାଜିଛି କିଛି ଅଞ୍ଚଳକୁ କେବଳ ବାଇକ ଯାଇପାରୁଥିବା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ରାଜ୍ୟର ପ୍ରଥମ ବାଇକ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି ସ୍ୱାସ୍ଥ୍ୟ ସେବା ପାଇଁ ଯୋଗାଯୋଗ ବ୍ୟବସ୍ଥା ପ୍ରତିବନ୍ଧକ ସାଜିଛି ଦୀର୍ଘ ବର୍ଷ ଧରି ଗାଁ କୁ ରାସ୍ତା ଖଣ୍ଡେ ପାଇଁ ଲୋକେ ଦାବୀ କରି ଆସୁଥିଲେ ମଧ୍ୟ ସେମାନଙ୍କ ସ୍ୱର ରାଜଧାନୀରେ ପହଁଚି ପାରୁନଥିବା ଯୋଗୁଁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ଜିଲ୍ଲାର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ପଞ୍ଚାୟତ ରେ ଯୋଗାଯୋଗ ବ୍ୟବସ୍ଥା ମରୀଚିକା ପାଲଟିଛି ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସ୍ଵାଧିନତାର ଦୀର୍ଘ ବର୍ଷ ପରେ ମଧ୍ୟ ରାସ୍ତାଘାଟ ଥିବା ଯୋଗୁଁ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗର୍ଭବତୀ, ପ୍ରସୂତୀ ମହିଳା ମାନଙ୍କ ପାଇଁ ୧୦୨ ଆମ୍ବୁଲାନ୍ସ ଏବଂ ସାଧାରଣ ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସ ସୁବିଧା ଯୋଗାଇଛନ୍ତି ଦୁର୍ଗମ ଅଞ୍ଚଳରେ ଗୋଟିଏ ପଟେ ମୋବାଇଲ ନେଟୱାର୍କ ନଥିବା ବେଳେ ଅନ୍ୟ ପଟେ ଗାଁ କୁ ଆମ୍ବୁଲାନ୍ସ ଯିବାକୁ ବାଟ ନାହିଁ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକର ତ୍ରିଲୋଚନପୁର, ବିଜେପୁର, ମାଳିଯୁବାଙ୍ଗ, ପାହାଡ଼ପଦର, ଲାକ ବାହାଲି, ବେନ ଗାଁ, ଲାଞ୍ଜି, ସାନ କୁଟରୁ, ବେଡା ଗାଁ, କଦମ ଗୁଡ଼ା, କୁମଖାଲ, ଭୁର୍ତ୍ତିଗଡ଼, ଭଟାଙ୍ଗପଦର, ଗୁଣ୍ଡରି ସମେତ ବହୁ ପଞ୍ଚାୟତ ରେ ବହୁ ଗାଁ କୁ ରାସ୍ତା ନାହିଁ ସେହିଭଳି ଜୁନାଗଡ଼ ବ୍ଲକର ବୁଢ଼ୀଦର, ବାଙ୍କପଲାସ, ଦୁନ୍ଦେଲମାଲ ଦେଦର ପଞ୍ଚାୟତ, ମଦନପୁର ରାମପୁର ବ୍ଲକର ଉର୍ଲାଦାନୀ ,ମୋହନଗିରୀ, ଦେଢ଼ଶୁଲି, ବାରବନ୍ଧା, ମାଣିକେରା ପଞ୍ଚାୟତ, ଥୁଆମୂଳ ରାମପୁର ବ୍ଲକର ମାଲିଗାଁ, ସିଲେଟ, କେରପାଇ, ନାକରୁଣ୍ଡି, ତଳ ଆମପଦର, କରଲାପାଟ, କିଆପଦର, କାଣିଗୁମା, ସିନ୍ଧିପଦର, ଥୁଆମୂଳ, ବିରିକୋଟ, ତଲଝାପି, ପଡେପଦର, ମହୁଲ ପାଟଣା, ଗୋପୀନାଥପୁର, ଅଡରି ସମେତ ବହୁ ପଞ୍ଚାୟତର ବହୁ ଗାଁ ମାନଙ୍କୁ ସଡ଼କ ଯୋଗାଯୋଗ ରାସ୍ତା ଥିବା ଯୋଗୁଁ ଆମ୍ବୁଲାନ୍ସ ସେବା ରୋଗୀ ମାନଙ୍କ ପାଇଁ ପହଞ୍ଚି ପାରେ ନାହିଁ

15/05/2020

Leave a Reply

Your email address will not be published. Required fields are marked *

Comments