Bikash Khabar
ଦିବ୍ୟାଙ୍ଗଙ୍କ ଦିବ୍ୟ ଭାବନା:ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଦାନ କଲେ, ଗୋଡ଼ରେ ସେଲ୍‌ଫି ନେଲେ

 ଈଶ୍ୱର ତାଙ୍କୁ ହୁଏତ ଅଧା ଗଢ଼ିଥାଇପାରନ୍ତି, କିନ୍ତୁ ସେ ଯେ ଈଶ୍ୱରଙ୍କ ଦିବ୍ୟ ସୃଷ୍ଟି ଏକଥାର ପ୍ରମାଣ ଦେଇପାରିଛନ୍ତି ଦିବ୍ୟାଙ୍ଗ ଚିତ୍ରଶିଳ୍ପୀ ପ୍ରଣବ ବାଲାସୁବ୍ରମଣ୍ୟମ୍ କେରଳରେ ବାତ୍ୟା ପରେ ସ୍ଥିତି ସାଂଘାତିକ ରହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ଫଣ୍ଡକୁ ଅର୍ଥ ଦାନ କରିବାକୁ ପହଞ୍ଚିଥିଲେ। ଏହି ସମୟରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ଙ୍କ ସହ ସେ ବିତାଇଥିବା କିଛି ମୁହୂର୍ତ୍ତ କ୍ୟାମେରାରେ କଏଦ୍ହୋଇ ଗଣମାଧ୍ୟମକୁ ଆସିବା ପରେ ବେଶ୍କିଛି ଲୋକଙ୍କ ହୃଦୟ ଜିତପାରିଛି। ପ୍ରଣବ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ଫଣ୍ଡକୁ ଦାନ କରିବା ପାଇଁ ନିଜ ଗୋଡ଼ ସାହାଯ୍ୟରେ ପିନାରାୟିଙ୍କୁ ଚେକ୍ପ୍ରଦାନ କରିଥିଲେ ଏହା ପୂର୍ବରୁ ଗୋଡ଼ରେ ହିଁ ପିନାରାୟିଙ୍କ ସହ ହ୍ୟାଣ୍ଡଶେକ୍କରିଥିଲେ। ଏଥିସହିତ ସେହି ଗୋଡ଼ରେ ହିଁ ମୋବାଇଲ୍ରେ ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍ଫି ନେଇଥିଲେ ପ୍ରଣବ। ପରେ ଜାଣିବାକୁ ମିଳିଛି ସେ ଏହି ଗୋଡ଼ରେ ହିଁ ମନୁଛୁଆଁ ଚିତ୍ର ମଧ୍ୟ ଆଙ୍କିପାରନ୍ତି।ପ୍ରଣବଙ୍କ ଏପରି ଉତ୍ସାହରେ ଅଭିଭୂତ ମୁଖ୍ୟମନ୍ତ୍ରୀ ପିନାରାୟି ତୁରନ୍ତ ଟ୍ୱିଟରରେ ନିଜ ଅନୁଭବ ବାଣ୍ଟିଛନ୍ତି। ସେ ଲେଖିଛନ୍ତି, “ଆଜି ସକାଳୁ କିଛି ମର୍ମସ୍ପର୍ଶୀ ମୁହୂର୍ତ୍ତ ବିତାଇଲି। ଅଲାଥୁରରୁ ପ୍ରଣବ ନାମରେ ଜଣେ ଚିତ୍ରଶିଳ୍ପୀ ମୋତେ ଭେଟି ମୁଖ୍ୟମନ୍ତ୍ରୀ ରିଲିଫ୍ଫଣ୍ଡକୁ ଦାନ କରିବାକୁ ଆସିଥିଲେ। ଦିବ୍ୟାଙ୍ଗମାନଙ୍କୁ ସରକାର ଯୋଗାଇଦେଉଥିବା ସହାୟତା ପାଇଁ ପ୍ରଣବ ଆନନ୍ଦିତ ବୋଲି ଜଣାଛନ୍ତି।ସୂଚନାଯୋଗ୍ୟ ଯେ, ପ୍ରଣବ ପୂର୍ବରୁ ମଧ୍ୟ କେରଳ ବନ୍ୟା ପାଇଁ ହଜାର ଟଙ୍କା ଦାନ କରିସାରିଛନ୍ତି। ଏଥିପାଇଁ ସେ ଚେକ୍ରେ ନିଜ ଗୋଡ଼ ସହାୟତାରେ ହିଁ ସ୍ୱାକ୍ଷର କରିଥିଲେ। ସୂଚନାଯୋଗ୍ୟ ଯେ, ଦିବ୍ୟାଙ୍ଗଙ୍କ ପାଇଁ କେରଳ ସରକାରଙ୍କ ସ୍ୱାସ୍ଥ୍ୟବୀମା ଏବଂ ଅନ୍ୟ ଯୋଜନା ସବୁ ବେଶ୍ଲୋକପ୍ରିୟ ହୋଇପାରିଛି।

13/11/2019

Leave a Reply

Your email address will not be published. Required fields are marked *

Comments