Bikash Khabar
ମତ୍ସ୍ୟ ଏବଂ ପଶୁସମ୍ପଦ ଚାଷୀ ମାନଙ୍କୁ ମିଳିବ କିଷାନ କ୍ରେଡିଟ କାର୍ଡ

ମତ୍ସ୍ୟ ଏବଂ ପଶୁସମ୍ପଦ ମାଧ୍ୟମରେ ସ୍ବାବଲମ୍ବୀ ହୋଇଥିବା ତଥା ଏହାକୁ ରୋଜଗାରର ମାଧ୍ୟମ ଭାବେ ଗ୍ରହଣ କରିଥିବା କୃଷକମାନଙ୍କୁ କେନ୍ଦ୍ର ସରକାର କିଷାନ କ୍ରେଡିଟ୍କାର୍ଡ ସେବା ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି ଲୋକସଭାରେ ଏକ ଲିଖିତ ଉତ୍ତର ଦେଇ ମତ୍ସ୍ୟ ପଶୁସମ୍ପଦ ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି ମଙ୍ଗଳବାର ଲୋକସଭାରେ ସଂପର୍କୀତ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, କିଷାନ କ୍ରେଡିଟ୍କାର୍ଡ ସୁବିଧା ଦ୍ୱାରା ମତ୍ସ୍ୟ, ପଶୁସମ୍ପଦ ବିଶେଷକରି କୁକୁଡ଼ା ଫାର୍ମ ଆଦି କ୍ଷେତ୍ରରେ ନିୟୋଜିତ କୃଷକମାନେ ସେମାନଙ୍କର ବ୍ୟବସାୟ ପାଇଁ ବ୍ୟାଙ୍କ ମାଧ୍ୟମରେ ଅର୍ଥ ପାଇ ପାରିବେ। ସୂଚନାଯୋଗ୍ୟଯେ କୃଷକଙ୍କ ଆୟ ଦିଗୁଣା କରିବା ପାଇଁ କେନ୍ଦ୍ର ରାଜ୍ୟ ସରକାର ଲକ୍ଷ ନିର୍ଧାରଣ କରିଛନ୍ତି ମାଛ ଚାଷ ଜରିଆରେ ଅନେକ ଚାଷୀ ଙ୍କ ଜୀବିକା କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ଆସିଥିବା ବେଳେ ଆଉ କେତେକ ଚାଷୀ ପ୍ରାଥମିକ ପର୍ଯ୍ୟାୟରେ ମାଛ ଚାଷ ଆରମ୍ଭ କରି ସଫଳତା ପାଇଛନ୍ତି ସତ ,କିନ୍ତୁ ବ୍ୟବସାୟ ସମ୍ପ୍ରସାରଣପାଇଁ ବ୍ୟାଙ୍କରୁ ସହାୟତା ପାଉନାହାନ୍ତି।ଏଭଳି କ୍ଷେତ୍ରରେ ଏହି କିଷାନ କାର୍ଡ ସହାୟତା ହୋଇପାରିବ ଆମ ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଦଳକୁ ପଂଚାୟତର ଗୋଟିଏ ପୋଖରୀ ମାଛ ଚାଷ ପାଇଁ ଦିଆଯିବ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ସୂଚନା ଦେଇଛନ୍ତି

03/07/2019

Leave a Reply

Your email address will not be published. Required fields are marked *

Comments