Bikash Khabar
ସୌରଶକ୍ତି ଆଲୋକରେ ଝଲସିବ ସୂର୍ଯ୍ୟମନ୍ଦିର କୋଣାର୍କ

ସୌରଶକ୍ତି ଆଲୋକରେ ଝଲସିବ କୋଣାର୍କ। ୨୦୨୧ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକାରୀ ହେବ ଏହି  ପ୍ରକଳ୍ପ କଳାହାଣ୍ଡିରେ ୧୦ ମେଗାୱାଟ ସୌରଶକ୍ତି ପ୍ଲାଣ୍ଟ୍ସ୍ଥାପନ କରାଯିବ। ଏନେଇ ଶକ୍ତି, ଶିଳ୍ପ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ମତପ୍ରକାଶ ପାଇଛି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଐତିହ୍ୟ ବୈଷୟିକ ଜ୍ଞାନର ଆକର୍ଷଣୀୟ ଯୁଗଳବନ୍ଦୀ ଭାବେ କୋଣାର୍କର ପ୍ରସିଦ୍ଧି ଆହୁରି ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସ୍ବଚ୍ଛ ସବୁଜ ବିଦ୍ୟୁତ ଯୋଗାଣ ଉପରେ ମନ୍ତ୍ରୀ ଆଲୋଚନା କରି କହିଥିଲେ, କୋଣାର୍କ ପାଇଁ ଆବଶ୍ୟକ ସୌରଶକ୍ତି କଳାହାଣ୍ଡିଠାରେ ଉତ୍ପାଦିତ ହେବ। ପଶ୍ଚିମ ଓଡ଼ିଶାରେ ମାତ୍ରାଧିକ ସୌରଶକ୍ତି ବିକିରଣ ହେଉଥିବାରୁ ଏହାକୁ ବିନିଯୋଗ କରାଯିବ। କଳହାଣ୍ଡିରେ ଉତ୍ପାଦିତ ବିଦ୍ୟୁତ ଶକ୍ତି ପୁରୀ ଶ୍ରୀମନ୍ଦିରକୁ ଯୋଗାଇ ଦିଆଯାଉଥିବା ବେଳେ ପୁଣି କୋଣାର୍କକୁ ସୌରଶକ୍ତି ଉତ୍ପାଦନ କରିବା କଳାହାଣ୍ଡି ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି। ଓରେଡା ଦ୍ବାରା କରାଯାଉଥିବା ଏହି ପ୍ରତୀକ୍ଷିତ ପ୍ରକଳ୍ପ ଦ୍ବାରା ସୂର୍ଯ୍ୟ ମନ୍ଦିର ସମେତ କୋଣାର୍କ ଅଧିସୂଚିତ କ୍ଷେତ୍ର ପରିଷଦ ସହରାଞ୍ଚଳକୁ ମଧ୍ୟ ଏହି ସ୍ବଚ୍ଛ ସବୁଜ ବିଦ୍ୟୁତ ଶକ୍ତି ଯୋଗାଇ ଦିଆଯିବ। କୋଣାର୍କ ଐତିହ୍ୟ ସହରକୁ କାର୍ବନମୁକ୍ତ ସହରରେ ପରିଣତ କରିବା ନେଇ ଏହି ପ୍ରକଳ୍ପ ଅଭିପ୍ରେତ। ଏଥିସହ କୋଣାର୍କବାସୀଙ୍କ ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା, ସୋଲାର ପାଣିପମ୍ପ୍, ସୋଲାର -ବାଇକ୍, -କାର୍ପାଇଁ ପ୍ରବର୍ତାଇବାକୁ ପଦକ୍ଷେପ ନିଆଯାଉଛି।

17/10/2020

Leave a Reply

Your email address will not be published. Required fields are marked *

Comments