Bikash Khabar
ବଜାର ପାଉନି କୋରାପୁଟ ମସଲା ,ବିକ୍ରିପାଇଁ ନୂଆଦିଲ୍ଲୀ ଯିବ ଲକ୍ଷ୍ମୀପୁର ର ପ୍ରସିଦ୍ଧ ହଳଦୀ

ଏବେ ବଜାର ରେ ଅଦା କିଲୋଗ୍ରାମ ପିଛା ୨୦୦ ରୁ ଅଧିକ ଟଙ୍କାରେ ବିକ୍ରି ହେଉଥିବା ବେଳେ କୋରାପୁଟ ପଟ୍ଟାଙ୍ଗି ଖ୍ୟାତି ସମ୍ପନ୍ନ ସୁପ୍ରଭା ପ୍ରଜାତିର ଅଦା ଦାମ ୫୦ ଟଙ୍କାରୁ କମ ଦରରେ ବିକ୍ରି ହେଉଛି ସେହିପରି କୋରାପୁଟ ଲକ୍ଷ୍ମୀପୁର ପ୍ରସିଦ୍ଧ ହଳଦୀ ସ୍ଥାନୀୟ ବଜାର ରେ କେଜି ପ୍ରତି ୮୦ ଟଙ୍କା ଦର ରେ ବିକ୍ରି ହେଉଥିବା ବେଳେ କଟକ ଭୁବନେଶ୍ୱର ରେ ଏହା ୨୦୦ ଟଙ୍କା ଦରରେ ବିକ୍ରି ହେଉଛି କୁନ୍ଦୁଲି ଭଳି ଆନ୍ତଃରାଜ୍ୟ ହାଟ ଥିବା ସତ୍ୱେ କୋରାପୁଟ ଅଦା ହଳଦୀର ଭାଗ୍ୟ ବଦଳୁ ନାହିଁ ଚାଷୀମାନେ ମୁଣ୍ଡରେ ହାଟ ଦେଇ ବସିଥିବା ବେଳେ ଲକ୍ଷ୍ମୀପୁର ହଳଦୀକୁ ବାହାର ବଜାର ରେ ପହଞ୍ଚାଇବାର ପ୍ରସ୍ତୁତି ଆରମ୍ଭ କରିଛି ବନ ବିଭାଗ ଲକ୍ଷ୍ମୀପୁର ହଳଦୀକୁ  ନୂଆଦିଲ୍ଲୀ ପଠାଯିବ। ଏଠାକାର ହଳଦୀ ଚାଷୀଙ୍କୁ ଉପଯୁକ୍ତ ଦର ମିଳୁ ଥିବାରୁ ବନ ବିଭାଗ ଏପରି ନିଷ୍ପତ୍ତି ନେଇଛି। କୋରାପୁଟ ଡିଏଫଓ ପି.ପୂର୍ଣ୍ଣିମା ଦେଇଥିବା ସୂଚନା ଅନୁସାରେ, ଏଠାରେ ହଳଦୀ ଦର ୭୦ରୁ ୮୦ ଟଙ୍କା ଭିତରେ ରହୁଛି। ଏହା ଚାଷୀଙ୍କୁ ଭଲ ଲାଭ ଦେଉନି। ତେଣୁ ଚାଷୀଙ୍କଠାରୁ ହଳଦୀ ଆଣି ସିଧାସଳଖ କଂପାନି ପାଖରେ ପହଞ୍ଚାଇବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି। ଏଥିନେଇ ନୂଆଦିଲ୍ଲୀର କିଛି ସଂସ୍ଥା ସହ ଯୋଗାଯୋଗ କରାଯାଇଛି। ସେମାନେ ହଳଦୀ ଦେଖି ଏହାକୁ ନେବା ପାଇଁ ରାଜି ହୋଇଛନ୍ତି। ଏଠାରୁ ହଳଦୀ ନୂଆଦିଲ୍ଲୀ ଗଲେ ଚାଷୀମାନେ କେଜି ପିଛା ପାଖାପାଖି ୧୧୦ ଟଙ୍କା ପାଇବେ। ପ୍ରଥମ ପର୍ଯ୍ୟାୟରେ ଏଠାରୁ ୨୦ ଟନ ହଳଦୀ ନୂଆଦିଲ୍ଲୀ ପଠାଯିବାକୁ ଯୋଜନା କରାଯାଇଥିବା ବନ ବିଭାଗ କହିଛି।ବନବିଭାଗ ଏଭଳି ପ୍ରୟାସ ସଫଳ ହେଲେ ଜିଲ୍ଲାର ହଳଦୀ ଚାଷୀମାନେ ଲାଭବାନ ହେବେ।

21/07/2019

Leave a Reply

Your email address will not be published. Required fields are marked *

Comments