Bikash Khabar
କୋଟପାଡ଼ ହେଲା ରାଜ୍ୟର ପ୍ରଥମ ପଲିଥିନ ମୁକ୍ତ ସହର

କୋରାପୁଟ ଜିଲ୍ଲାର ଉପାନ୍ତ ସହର କୋଟପାଡ଼  ଏବେ ବେଶ ଚର୍ଚିତ ତେବେ ଏହା ବିକାଶର ପଛୁଆପଣ କୁ ନେଇ ନୁହେଁ ପଲିଥିନମୁକ୍ତ ସହର ଭାବେ କୋଟପାଡ଼କୁ ମିଳିଛି ନୁଆଁ ପରିଚୟ ଯେଉଁଠି ବଡ଼ ବଡ଼ ସହର ଏଭଳି ପ୍ରୟାସ କରି ସଫଳ ହୋଇ ପାରୁନାହାନ୍ତି ସେଠାରେ କୋଟପାଡ଼ ଭଳି ରାଜ୍ୟର ଏକ ଉପାନ୍ତ ଅଞ୍ଚଳକୁ ଏହାର ଶ୍ରେୟ ଯିବା ଖୁସିର ବିଷୟବୋଲି ସହରବାସୀ ଙ୍କ ମତ ସହରକୁ ପଲିଥିନ ମୁକ୍ତ କରିବା ଦିଗରେ ପ୍ରତ୍ୟେକ ଗୃହିଣୀ,ବ୍ୟବସାୟୀ ବାସିନ୍ଦାଙ୍କ ଅବଦାନ ରହିଛି ବୋଲି କହିଛନ୍ତି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ କୋଟପାଡ଼ ସହର ରେ ଦୈନିକ ଅଳିଆ ବୁହା ଗାଡି ବୁଲୁଛି ସେଥିରେ ବର୍ଜ୍ୟ ସାମଗ୍ରୀ ଦେବାକୁ ସହରବାସୀଙ୍କୁସଚେତନତା କରାଯାଇଛି ବାସିନ୍ଦା ମାନେ ଏହାକୁ ପାଳନ କରୁଥିବାରୁ କେବଳ ପଲିଥିନ ମୁକ୍ତ ନୁହେଁ ବରଂ ସହର ରେ ଏବେ ସମ୍ପୂର୍ଣ୍ଣ ପରିମଳର ଚିତ୍ର ଦେଖିବାକୁ ମିଳୁଛି ବୋଲି ସହର ଜଣେ ବାସିନ୍ଦା ବାବୁଲି ମହାନ୍ତି ମତ ଦେଇଛନ୍ତି ସୂଚନା ଯୋଗ୍ୟ ଯେ ପଲିଥିନ ମୁକ୍ତ ସହର ପ୍ରୟାସ ପାଇଁ ରାଜଧାନୀ ଭୁବନେଶ୍ୱର ସମେତ ଆଉ କିଛି ସହର ପ୍ରୟାସ ଆରମ୍ଭ କରି ବିଫଳ ହୋଇଥିବା ବେଳେ ଦୁର୍ଗମ କୋରାପୁଟ ଜିଲ୍ଲାର ଉପାନ୍ତ କୋଟପାଡ଼ ସହର ପଲିଥିନ ମୁକ୍ତ କରି ସ୍ୱଚ୍ଛତା ଦୌଡ଼ରେ ଆଗରେ ରହିଛି

03/08/2019

Leave a Reply

Your email address will not be published. Required fields are marked *

Comments