Bikash Khabar
ବିହାର ଘଟଣା ପରେ ପଶିଛି ଚିନ୍ତା,ଭୁବନେଶ୍ୱର ରେ ହେବ ଲିଚୁର ଯାଞ୍ଚ

ବିହାରରେ ଆକ୍ୟୁଟ ଏନସେଫାଲାଇଟ୍ସ ସିଣ୍ଡ୍ରୋମ ରେ ୧୧୭  ରୁ ଅଧିକ ଶିଶୁଙ୍କ ଜୀବନ ଗଲାଣି ଏହା ପଛର କାରଣ କଣ ଜଣାପଡିନାହିଁ କିନ୍ତୁ ପାଚିଲା ଲିଚୁରେ ଥିବା ଟକ୍ସିକ୍ଏଲିମେଣ୍ଟକୁ ଏହି ରୋଗ ସଂକ୍ରମଣର  କାରଣ ବୋଲି କୁହାଯାଉଛି ଏନ୍ସେଫାଲାଇଟିସ୍ଲିଚୁରେ ବ୍ୟାପିଥିବା କୁହାଯାଉଛି। ତେଣୁ ଏହି ଘଟଣା କେବଳ ବିହାର ନୁହେଁ, ସାରା ଦେଶରେ ଚିନ୍ତା ବଢ଼ାଇଦେଇଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଚେତା ପଶିିଛି। ରାଜ୍ୟରେ ବିକ୍ରି ହେଉଥିବା ଲିଚୁର ମାନ ପରୀକ୍ଷା କରିବାକୁ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ  ନିର୍ଦ୍ଦେଶ ଦେଇଛନ୍ତି। ନମୁନା ଆଣି ତୁରନ୍ତ ତାହାର ମାନ ପରୀକ୍ଷା କରିବାକୁ ମନ୍ତ୍ରୀ ନବକିଶୋର ଖାଦ୍ୟ ନିରାପତ୍ତା କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ରାଉରକେଲା ସହରରେ ଲିଚୁ ବିକ୍ରି ଉପରେ ଜିଲା ପ୍ରଶାସନ କଟକଣା ଲଗାଇଛି। ସୁନ୍ଦରଗଡ଼ ଜିଲା ପ୍ରଶାସନ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେ ପର୍ଯ୍ୟନ୍ତ ଏହି ଘଟଣାର ସତ୍ୟାସତ୍ୟ ଜଣାନପଡିବ , ସେ ପର୍ଯ୍ୟନ୍ତ ସହର କୁ ଲିଚୁ  ଆମଦାନୀ ହୋଇପାରିବ ନାହିଁ ବୋଲି କଟକଣା ଜାରି କରାଯାଇଛି। ବିହାର ରୁ ଭୁବନେଶ୍ୱର ବଜାର କୁ ଆସୁଥିବା ୭୦ ପ୍ରତିଶତ ଲିଚୁର ବିକ୍ରି ଏବେ ସମସ୍ୟା ପାଲଟିଛି ଲିଚୁ ବିକ୍ରିକରି ପେଟ ପୋଷୁଥିବା ଗରିବ ଫୁଟପାଥ ବେପାରୀ ମାନେ ସାବିତ୍ରୀ ଅମାବାସ୍ୟା ଠାରୁ ରଥଯାତ୍ରା ଯାଏଁ ଲିଚୁ ବିକି ବେଶ ଦୁଇପଇସା ପାଇବାର ଯେଉଁ ପରିକଳ୍ପନା କରିଥିଲେ ସେଥିରେ ଏବେ ପାଣି ମାଡିଯାଇଛି

19/06/2019

Leave a Reply

Your email address will not be published. Required fields are marked *

Comments