Bikash Khabar
ସାପ ଉଦ୍ଧାରରେ ଲିମ୍‌କା ରେକର୍ଡ

  ସାପ ଦେଖିଲେ ଅନେକ ଭୟଭୀତ ହୁଅନ୍ତି। ସାପକୁ ଉଦ୍ଧାର କରିବା ତାକୁ ନେଇ ଘଞ୍ଚ ଜଙ୍ଗଲ ଅବା ସାପର ଆଶ୍ରୟ ସ୍ଥଳରେ ଛାଡିବା ଲୋକଙ୍କ ସଂଖ୍ୟା ବହୁତ କମ। ତେବେ ଏହିଭଳି ଅସାଧାରଣ କାର୍ଯ୍ୟ କରୁଥିବା ଯୁବକ ହେଉଛନ୍ତି ଅନୁଗୋଳ ସହରର ବିପ୍ଳବ ମହାପାତ୍ର। ଯଦି କୌଣସି ସ୍ଥାନରେ ସାପ ମଣିଷ ଉଭୟ ସମସ୍ୟାରେ ପଡ଼ିଥାନ୍ତି, ଖବର ପାଇବା ମାତ୍ରେ ବିପ୍ଳବ ସେଠାକୁ ଧାଇଁଯାନ୍ତି। ସେଠାରୁ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦିଅନ୍ତି। ଉଦ୍ଧାର ପରେ ସାପକୁ ମାରିବା ପାଇଁ ସଚେତନ କରନ୍ତି। ଲୋକେ ରେକର୍ଡ କରିବା ନିଶାରେ ଅସାଧାରଣ କାର୍ଯ୍ୟ କରନ୍ତି। ଆଉ କିଛି ବ୍ୟକ୍ତି କାର୍ଯ୍ୟ କରୁକରୁ ରେକର୍ଡ ହୋଇଯାଏ। ସେହିପରି ବିପ୍ଳବ ସାପ ଧରୁଧରୁ ରେକର୍ଡ କରିଛନ୍ତି। ତାଙ୍କ କାର୍ଯ୍ୟ ଲିମକା ବୁକ ଅଫ୍ରେକର୍ଡସରେ ସ୍ଥାନ ପାଇଛି। ଇତିମଧ୍ୟରେ ସେ ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ଼ସରେ ସ୍ଥାନ ପାଇବା ପାଇଁ ଆବେଦନ କରିଛନ୍ତି। ସେ ସାପ ଧରି ବ୍ରାଭୋ ଇଣ୍ଟରନେସନାଲ ବୁକ ଅଫ ୱାର୍ଲଡ଼ ରେକର୍ଡସରେ ମଧ୍ୟ ସ୍ଥାନ ପାଇଛନ୍ତି। ଅଦ୍ୟାବଧି ବିପ୍ଳବ ତାଙ୍କ ଦଳ ୧୮ ହଜାର ୫୦୦ ସାପ ଉଦ୍ଧାର କରିସାରିଲେଣି। ବିପ୍ଳବ ମେନକା ଗାନ୍ଧିଙ୍କ ଦ୍ବାରା ପ୍ରତିଷ୍ଠିତ ପିପୁଲ ଫର ଅାନିମଲସଅନୁଷ୍ଠାନ, ଅନୁଗୋଳ ଶାଖାର ଅଧ୍ୟକ୍ଷ ଅଛନ୍ତି। ଏଥିସହ କେନ୍ଦ୍ର ସରକାରଙ୍କ ଅଧୀନରେ ଅବୈତନିକ ଆନିମଲ ୱଲଫେୟାର ଅଫିସର ଭାବେ ୨୦୧୬ ରୁ ୨୦୧୮ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି। ୱାଇଲ୍ଡ ଲାଇଫ୍କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ସଦସ୍ୟ ଅଛନ୍ତି।ବିପ୍ଳବଙ୍କ ସୂଚନା ଅନୁଯାୟୀ ଭାରତରେ ୩୦୦ ପ୍ରଜାତିର ସାପ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୦୦ ହେଉଛନ୍ତି ବିଷଧର ୨୦୦ ହେଉଛନ୍ତି ବିଷହୀନ। ସମୁଦ୍ରରେ ଦେଖା ଯାଆନ୍ତି ୨୦ ପ୍ରଜାତିର ସାପ। ଏହି ୨୦ ପ୍ରଜାତିରୁ ୧୮ ପ୍ରଜାତି ହେଉଛନ୍ତି ବିଷଧର। ସେହିପରି ଓଡ଼ିଶାରେ ଦେଖାଯାନ୍ତି ୮୦ ପ୍ରଜାତିର ସାପ। ଏହି ୮୦ରୁ ୨୬ଟି ପ୍ରଜାତି ବିଷଧର ସାପ ଓଡ଼ିଶାରେ ଦେଖାଯାନ୍ତି। ଏମାନଙ୍କ ମଧ୍ୟରୁ ଜଳଭାଗରେ ୧୮ ସ୍ଥଳ ଭାଗରେ ୮ଟି ପ୍ରଜାତିର ବିଷଧର ସାପ ଦେଖାଯାନ୍ତି। ସ୍ଥଳ ଭାଗରେ ଦେଖା ଯାଉଥିବା ବିଷଧର ସାପଙ୍କ ମଧ୍ୟରେ ଅଛନ୍ତି ନାଗ, ତମ୍ପ, ଚିତି, ଚନ୍ଦନ ବୋଡା, ରଣା, ଅହିରାଜ, ଧୂଳିଆ ବୋଡା, ଡାଳୁଆ ବୋଡା। ଓଡ଼ିଶାରେ ନାଗ, ଚିତି, ତମ୍ପ ଚନ୍ଦନ ବୋଡ଼ା କାମୁଡ଼ାରେ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥାଏ। ତେବେ ସବୁ ସ୍ଥାନରେ ସବୁ ପ୍ରଜାତିର ସାପ ମିଳନ୍ତି ନାହିଁ; ଯେପରି ଅନୁଗୋଳରେ ତମ୍ପ ଚନ୍ଦନ ବୋଡ଼ା ମିଳନ୍ତି ନାହିଁ। କଟକ ଭୁବନେଶ୍ୱରରେ ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରାୟ ସବୁ ପ୍ରଜାତିର ସାପ ମିଳନ୍ତି।

11/03/2020

Leave a Reply

Your email address will not be published. Required fields are marked *

Comments