Bikash Khabar
ମଦ ନେଲା ୧୧୦ ମୁଣ୍ଡ

ଉତ୍ତରପ୍ରଦେଶ ରେ ବେଆଇନ ଦେଶୀ ମଦପିଇ ୧୦୦ ଜଣ ଙ୍କ ଜୀବନ ଯାଇଥିଲା  ଏହି  ଦୁଃଖ ମନରୁ ଯାଉଣୁ ପୁଣି ଏକ ଲୋମଟାଙ୍କୁରା ଘଟଣା ସାମନା କୁ ଆସିଛି ଆସାମର ଗୋଲାଘାଟ ଜିଲାରେ ବିଷାକ୍ତ ଦେଶୀମଦପିଇ ଶତାଧିକ ଲୋକଙ୍କ ଜୀବନ ଯାଇଛି। ଘଟଣାରେ ଯାଏଁ ମୃତ୍ୟୁ ସଂଖ୍ୟା ୧୧୦ରେ ପହଂଚିଛି ଏହି ଘଟଣା ରେ  ବହୁ ଲୋକ ଅସୁସ୍ଥ ହୋଇ ଗୋଲାଘାଟ ଏବଂ ଜୋରହାଟରେ ଚିକିତ୍ସିତ ହେଉଥିବାରୁ ଭବିଷ୍ୟତ ରେ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି ମୃତକଙ୍କ ମଧ୍ୟରେ  ଗୋଲାଘାଟର ୫୩ଜଣ  ଜୋରହାଟର ୫୪ ଜଣ ଅଛନ୍ତି। ଅନେକ ଲୋକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଗତ ଗୁରୁବାର ଦିନ  ସାରେ ହାଲିମାରା ଅଞ୍ଚଳରେ ଏହି ଘଟଣା ଘଟିଛି। ହାଲିମାରା ଦେଶୀ ମଦମୁକ୍ତ ଅଞ୍ଚଳ ହୋଇଥିଲେ ମଧ୍ୟ ବାହାରୁ ବେଆଇନ ଭାବେ ମଦ ଆସିଥିବା ସନ୍ଦେହ କରାଯାଉଛି। ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିବା ସହ ଗୋଲାଘାଟ ଜୋରହାଟର ବିଭିନ୍ନ ସ୍ଥାନରେ ଚଢାଉ କରି ହଜାର ହଜାର ଲିଟର ମଦ ଜବତ କରିଛି। ମୃତକ ଙ୍କ ମଧ୍ୟରେ ଚା ବଗିଚା ରେ କାମ କରୁଥିବା  ଗରିବ ଶ୍ରମିକଙ୍କ ସଂଖ୍ୟା ଅଧିକ ବୋଲି  କୁହାଯାଉଛି

24/02/2019

Leave a Reply

Your email address will not be published. Required fields are marked *

Comments