Bikash Khabar
ଲକଲକଡାଉନ ବଦଳାଇଦେଲା କିଣାକିଣି ଅଭ୍ୟାସ

କରୋନା ମହାମାରୀ ସମୟରେ ଲୋକେ ଘରମାନଙ୍କରେ ବେଶୀ ସମୟ ରହିଛନ୍ତି ବଜାର ବନ୍ଦଥିବା କାରଣରୁ ହୋଟଲ ରେ ଖାଇବା, ବୁଲାବୁଲି କରିବା କିଣାକିଣି କରିବାର ଧାରା ଉପରେ ଲାଗିଛି ରୋକ ଗତ ମାର୍ଚ୍ଚ ମାସ ଠାରୁ ଅନଲାଇନ ରେ କିଣାବିକା ଧାରା ବଦଳିଯାଇଛି ଲୋକେ ଅନଲାଇନ ରେ ଭିଭିନ୍ନ ପ୍ରକାର ସାନିଟାଇଜର,ମାସ୍କ,ଭିଟାମିନ ପ୍ରୋଟିନ ପାଉଡର ସାଙ୍ଗକୁ ଅନ୍ୟାନ ସ୍ୱାସ୍ଥପ୍ରଦ ଖାଦ୍ୟସାମଗ୍ରୀ ମଗାଇଛନ୍ତି।  ଘର କାମରେ ସହାୟକ ହେଉଥିବା ଆପ୍ଲାଏନ୍ସକୁ ମଧ୍ୟ ଲୋକମାନେ ବିପୁଳ ମାତ୍ରାରେ କିଣିଛନ୍ତି। ଜୁସର, ମିକ୍ସଚର ଗ୍ରାଇଣ୍ଡର, ଟୋଷ୍ଟର, ଡିସ୍ୱାସର୍, ହେୟାର ଟ୍ରିମର୍, ପୁରୁଷମାନେ ବ୍ୟବହା କରୁଥିବା ଗ୍ରୁମିଂ କିଟ୍, ମାଇକ୍ରୋଓଭେନ୍, ଭାକ୍ୟୁମ କ୍ଲିନର୍ଆଦିର ବିକ୍ରି ମଧ୍ୟ ଲକ୍ଡାଉନ୍ସମୟରେ ବହୁତ ବଢ଼ିଛି। କେବଳ ସେତିକି ନୁହେଁ ଲୋକମାନଙ୍କ ମନୋରଞ୍ଜନ ଗ୍ରହଣ କରିବାର ମାଧ୍ୟମ ମଧ୍ୟ ଏହି ସମୟରେ ବଦଳିଯାଇଛି। ନେଟ୍ଫ୍ଲିକ୍ସ ଆମାଜନ୍ ପ୍ରାଇମ୍ ଭଳି ସଂସ୍ଥାର ସବ୍ସ୍କ୍ରିପ୍ସନ୍ ବହୁତ ବଢ଼ିଛି। ଜି୫ର ସବ୍ସ୍କ୍ରିପ୍ସନ୍ ୩୩% ବୃଦ୍ଧି ପାଇଛି। ଫ୍ଲିପ୍କାର୍ଟରେ ଲାପ୍ଟପ୍ ସର୍ଚ୍ଚ କରିବା ପରିମାଣ ଦୁଇ ଗୁଣା ବଢ଼ିଛି। ଏସବୁ କିଣାକିଣି ଭିତରେ ଲୋକମାନେ ଟଙ୍କା ଯୋଗାଡ଼ କରିବା ଲାଗି ସୁନା ବନ୍ଧକ ରଖିବା ଭଳି କଠୋର ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ବିଶେଷ କରି ଜୀବିକା ହରାଇଥିବା ଗରିବ ଲୋକମାନେ ଏଭଳି କଠିନ ନିଷ୍ପତ୍ତି ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି। ଏହାର ପ୍ରଭାବରେ ସୁନା ଋଣ ଦେଉଥିବା ସଂସ୍ଥା ମୁଥୁଟ ଫାଇନାନ୍ସ, ମଣପୁରମ ଗୋଲ୍ ଲୋନ୍ଭଳି ସଂସ୍ଥାର ବ୍ୟବସାୟ ବହୁତ ବୃଦ୍ଧି ପାଇଛି।

09/08/2020

Leave a Reply

Your email address will not be published. Required fields are marked *

Comments