Bikash Khabar
ଆରମ୍ଭ ହେଲା ମଧୁ ଆପ,ବହି ପାଠକୁ ଡିଜିଟାଲ ପଦ୍ଧତିରେ ପଢ଼ିପାରିବେ ଛାତ୍ରଛାତ୍ରୀ

ଏଣିକି ଶ୍ରେଣୀଗୃହରେ ପଢ଼ାଯାଉଥିବା ପାଠକୁ ଭିଡିଓ ଦ୍ବାରା ଛାତ୍ରାଛାତ୍ରୀ ବୁଝିପାରିବେ। ଏଥିପାଇଁ ମଙ୍ଗଳବାର  ଭୁବନେଶ୍ବରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ବାରା ନୂତନ ଭାବେ ବିକଶିତ ସ୍ବତନ୍ତ୍ର ମଧୁ ଆପ୍ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପିତ କରିଛନ୍ତି। ଛାତ୍ରଛାତ୍ରୀ ଗୁଗଲ୍ପ୍ଲେ-ଷ୍ଟୋର୍କୁ ଯାଇ ଏହି ଆପ୍ ଡାଉନ୍ଲୋଡ୍ କରିପାରିବେ। ବିଦ୍ୟାର୍ଥୀମାନେ ଏହି ଆପ୍ରେ ବହି ପାଠକୁ ଡିଜିଟାଲ ପଦ୍ଧତିରେ ପଢ଼ିପାରିବେ। ପଞ୍ଚମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଏହି ଆପ୍ ସହାୟକ ହେବ। ଏହି ଆପ୍ ସହାୟତାରେ ଛାତ୍ରଛାତ୍ରୀମାନେ ମୋବାଇଲ୍ରେ ସମ୍ପୃକ୍ତ ବିଷୟକୁ ପୁଣି ଥରେ ପଢ଼ିପାରିବେ। ଆଜି ଏହି ଆପ୍ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ଛତ୍ରପୁର ଅନ୍ସ୍ଲୋ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ପଦ୍ମନାଭ ନନ୍ଦ ଏବଂ ଦଶମ ଶ୍ରେଣୀ ଛାତ୍ରୀ ଗାୟତ୍ରୀ ଶତପଥୀଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ, ଶିକ୍ଷାର ବିକଳ୍ପ ନାହିଁ। ତେଣୁ ଭଲ ପାଠ ପଢ଼ି ଦେଶର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ସେ ପିଲାଙ୍କୁ ପରାମର୍ଶ ଦେଇଥିଲେ। ଏହା ବ୍ୟତୀତ ଓଡ଼ିଆ ଜାତି ପାଇଁ ଉତ୍କଳ ଗୌରବ ମଧୁସୂଦନଙ୍କ ତ୍ୟାଗ ବିଷୟରେ ଆଲୋଚନା କରି ମଧୁ ବାବୁ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

04/12/2019

Leave a Reply

Your email address will not be published. Required fields are marked *

Comments