Bikash Khabar
ଖୁବ୍‌ଶୀଘ୍ର ଜାମୁଝରୀରେ ଉଦ୍‌ଘାଟନ ହେବ ମହାତ୍ମା ଗାନ୍ଧୀ ଟ୍ରେନିଂ ଏକାଡେମୀ

ରାଜ୍ୟର ୯୦ ଜେଲରେ ରହୁଥିବା ଜେଲର ଅନ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ବ୍ରହ୍ମପୁରରେ ଗୋଟିଏମାତ୍ର ଟ୍ରେନିଂ ଇଷ୍ଟିଚ୍ୟୁଟ୍ରହିଛି। ପୁରୁଣା ଢାଞ୍ଚା ଦୂର ସ୍ଥାନ ହୋଇଥିବାରୁ ବିଭିନ୍ନ ସ୍ଥାନରୁ ଜେଲରମାନେ ଯାଇ ଟ୍ରେନିଂ ନେବାରେ ସମସ୍ୟା ହେଉଛି। ଏବେ କିନ୍ତୁ ଏହି ସମସ୍ୟା ଦୂର ହେବାକୁ ଯାଉଛି। ଖୋର୍ଦ୍ଧା ଜିଲା ଜାମୁଝରୀ ନିକଟରେ ଅତ୍ୟାଧୁନିକ ଢାଞ୍ଚାରେ ମହାତ୍ମା ଗାନ୍ଧୀ ଟ୍ରେନିଂ ଏକାଡେମୀନିର୍ମାଣ କରାଯାଇଛି। ୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟେନିଂ ଇନ୍ଷ୍ଟିଚ୍ୟୁଟ୍ଖୁବ୍ଶୀଘ୍ର ଉଦ୍ଘାଟନ ହେବ ବୋଲି ନିକଟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିବା ବିଭାଗୀୟ ଡିଜି ସତ୍ୟଜିତ୍ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜେଲର, ଓ୍ବାର୍ଡନ ଅନ୍ୟ କର୍ମଚାରୀମାନେ ଏଠାରେ ଅତ୍ୟାଧୁନିକ ପ୍ରଣାଳୀରେ ଟ୍ରେନିଂ ନେଇପାରିବେ। ଜେଲ କଏଦୀଙ୍କ ସୁରକ୍ଷା, କଏଦୀଙ୍କୁ ଶୃଙ୍ଖଳିତ ପରିଚାଳନା ସହ ଭଲ ବ୍ୟବହାର ପ୍ରଦର୍ଶନ ମାଧ୍ୟମର ପରିବର୍ତ୍ତନ ଆଦି ଉପରେ ସ୍ବତନ୍ତ୍ର ଶିକ୍ଷା ଦିଆଯିବ। ଅନେକ ସମୟରେ କଏଦୀଙ୍କୁ କୋର୍ଟକୁ ନେବା ସମୟରେ ଚମ୍ପଟ ମାରୁଛନ୍ତି। ଏହାକୁ କିଭଳି ରୋକିହେବ ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଦିବ। ବିଶେଷକରି ଅଧିକ ଦିନ ଜେଲ୍ଦଣ୍ଡ ଭୋଗୁଥିବା କଏଦୀ ଯେପରି ମାନସିକ ସଜା ଭୋଗନ୍ତି, ସେଥିପାଇଁ ପାଠ ପଢ଼ାଯିବ।

ଏହାସହ ତିହାର ଜେଲ ଭଳି ଓଡିଶାରେ ମଧ୍ୟ ଜେଲ ବିଭାଗ ପକ୍ଷରୁ -ମାର୍କେଟିଂ ବ୍ୟବସ୍ଥା ଆରମ୍ଭ କରାଯିବ। ରାଜ୍ୟରେ ଏବେ ପ୍ରାୟ ୧୮ ହଜାର କଏଦୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଢେଇ ହଜାର ସଜା ପାଇଥିବା ବେଳେ ୧୬ ହଜାର ବିଚାରାଧୀନ କଏଦୀ ରହିଛନ୍ତି। ସଜା ପାଇଥିବା କଏଦୀମାନେ ବିଭିନ୍ନ ବ୍ୟବସାୟିକ ସାମଗ୍ରୀ ପ୍ରସ୍ତୁତ କରି ଜେଲ ବିଭାଗକୁ ଆୟ ଦେଉଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ କଏଦୀମାନେ ୬୬ଲକ୍ଷ ଟଙ୍କା ଆୟ କରିଛନ୍ତି। -ମାର୍କେଟିଂ ଦ୍ୱାରା କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ସ୍ବତନ୍ତ୍ର ଟ୍ରେଡ୍ମାର୍କ ଲଗାଇ ବଜାରକୁ ଛଡ଼ାଯିବ। ଏଥିପାଇଁ ସ୍ବତନ୍ତ୍ର ଓ୍ବେବ୍ସାଇଟ୍ଖୋଲାଯିବ। ପ୍ରତିଦିନ କଏଦୀଙ୍କ ଖାଇବା ବାବଦରେ ୬୬ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସଜା ପାଇଥିବା କଏଦୀଙ୍କୁ ପାରିଶ୍ରମିକ ବାବଦ ୪୦ ଟଙ୍କା ପାରିଶ୍ରମିକ ଦିଆଯାଉଛି, ଯାହାକି ତାଙ୍କ ଆକାଉଣ୍ଟରେ ରଖାଯିବ। ଏହାସହ ଜେଲରେ ଖାଲି ପଡିଥିବା ଡାକ୍ତର ପଦବୀ, ବିଲ୍ଡିଂ, ପାଣି ଆଲୋକ ବ୍ୟବସ୍ଥା କରାଯିବ ବୋଲି ଡିଜି ମହାନ୍ତି କହିଛନ୍ତି।

 

06/11/2019

Leave a Reply

Your email address will not be published. Required fields are marked *

Comments