Bikash Khabar
ରାଜ୍ୟର ପ୍ରମୁଖ ସହର ଗୁଡିକ ହେବ ଷ୍ଟାର୍ଟଅପ ହବ

ରାଜ୍ୟର ପ୍ରମୁଖ ସହରଗୁଡିକୁ ଷ୍ଟାର୍ଟଅପ ହବ୍ଭାବରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି ଏଥିପାଇଁ  ବିଭିନ୍ନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର ଏହି ଷ୍ଟାର୍ଟଅପ ହବ୍ମାଧ୍ୟମରେ ରାଜ୍ୟର ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି, ବାଣିଜ୍ୟିକ ପ୍ରୋତ୍ସାହନ ଦେବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ରହିଛି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଷ୍ଟାର୍ଟଅପର ପ୍ରୟୋଗ ସଂପର୍କରେ ଅନୁଧ୍ୟାନ କଲାବେଳେ ପ୍ରସ୍ତାବିତ ହବ୍ ଗୁଡିକର ବିଜନେସ୍ପ୍ଲାନକୁ କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଏକ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେହିପରି ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ(ଏମଏସଏମଇ) ଅତିରିକ୍ତ ମୁଖ୍ୟ ସଚିବ ଏଲ.ଏନ୍ଗୁପ୍ତା କହିଛନ୍ତି ଯେ, ୨୦୧୮ ରେ ଷ୍ଟାର୍ଟଅପ ରାଙ୍କିଂରେ ଓଡିଶା ଶ୍ରେଷ୍ଠ ପ୍ରଦର୍ଶକ ଭାବେ ଉଭା ହୋଇଛି ୨୭ ଟି ଅଂଶଗ୍ରହଣକାରୀ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଓଡିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରହିଛି ଏହି ରାଙ୍କିଂରେ ୩୮ ଟି ସୂଚକାଙ୍କକୁ ଗୁରୁତ୍ବ ଦିଆଯାଇଛି ଏଥିରେ ଯୋଜନାର ପ୍ରୟୋଗ, କ୍ୟାପିଟାଲ ଫଣ୍ଡିଙ୍ଗ୍ସପୋର୍ଟ, ସିଡ୍ଫଣ୍ଡିଙ୍ଗ୍ସପୋର୍ଟ ଭଳି ସୂଚକାଙ୍କ ରହିଛି ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟୋଗ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରଚାର ପ୍ରସାର ବିଭାଗ(ଡିପିଆଇଆଇଟି) ଏହାକୁ କାର୍ଯ୍ୟକାରୀ କରାଉଛି ଓଡିଶା ଷ୍ଟାର୍ଟ ଅପ ପୋର୍ଟାଲ୍ଜରିଆରେ ବର୍ତ୍ତମାନ ସୁଦ୍ଧା୫୯୨ ଟି ଭେନ୍ଚୁଅର ପଞ୍ଜୀକୃତ ହୋଇସାରିଛି ଯେଉଁଥିରେ ୧୩୮ ଟି ମହିଳାଙ୍କ ଦ୍ବାରା ପରିଚାଳିତ ଷ୍ଟାର୍ଟ ଅପ ରହିଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି

02/06/2019

Leave a Reply

Your email address will not be published. Required fields are marked *

Comments