Bikash Khabar
ମାଲକାନଗିରି ରେ ବନ୍ୟା ଭଳି ସ୍ଥିତି,୨ ଦିନ ଲାଗି ଜିଲ୍ଲାର ସବୁ ସ୍କୁଲ କୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ମାଲକାନଗିରିରେ ଦାଉ ସାଧିଛି ଲଗାଣ ବର୍ଷା ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ନିରାପତ୍ତା ପାଇଁ ଜିଲ୍ଲାପାଳ ବିଇଓଙ୍କ ଜରିଆରେ ପ୍ରତ୍ୟେକ ପ୍ରାଥମିକ,ମାଧ୍ୟମିକ ହାଇସ୍କୁଲ ପ୍ରଧାନ ଶିକ୍ଷକ ଙ୍କୁ ଚିଠି ଲେଖି ତାରିଖ ରେ ସ୍କୁଲ ବନ୍ଦକରିବା ପାଇଁ ପରାମର୍ଶ ଦେଇଛନ୍ତି ମାଲକାନଗିରି ଜିଲ୍ଲାରେ ପୋଟେରୁ ପାଙ୍ଗମ ନଦୀର ଜଳସ୍ତର ରାସ୍ତା ଉପରକୁ ଉଠିଆସିଛି ମାଲକାନଗିରି ରୁ କାଲିମେଳା,ବାଲିମେଳା,ଏମଭି-୧୧,କୋରୁକୋଣ୍ଡା ଏବଂ ବାଙ୍ଗୁରିକୋଣ୍ଡା ଯୋଗାଯୋଗ ବିଛିନ୍ନ ହୋଇଯାଇଛି ଏଭଳି ସ୍ଥିତିରେ ସ୍କୁଲ ଖୋଲିବା ଠିକ ହେବନି ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲାପାଳ ତେବେ ଯେଉଁମାନେ ଆବାସିକ ବିଦ୍ୟାଳୟ ଗୁଡିକରେ ରହୁଛନ୍ତି ସେମାନଙ୍କୁ ଠିକ ଭାବେ ଖାଦ୍ୟପେୟ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ପ୍ରଧାନ ଶିକ୍ଷକ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ମାନଙ୍କୁ ପିଲାଙ୍କ ତଦାରଖ କରିବା ସହିତ ଆବଶ୍ୟକସ୍ଥଳେ ଗ୍ରାମବାସୀଙ୍କ ସହଯୋଗ ନେବାକୁ କୁହାଯାଇଛି

02/08/2019

Leave a Reply

Your email address will not be published. Required fields are marked *

Comments