Bikash Khabar
ସଲାମ,ହାତ ନ ଥିବାରୁ ଗୋଡ଼ରେ ଲେଖି ପରୀକ୍ଷା ଦେଲେ ମମତା

 

ଜନ୍ମରୁ ତାଙ୍କର ଦୁଇଟି ଯାକ ଗୋଡ଼ ନାହିଁ ପିଲାଟି ଦିନରୁ ଗୋଡ଼କୁ ସେ ହାତ ଭଳି ବ୍ୟବହାର କରି ଆସିଛନ୍ତି ସେ ଗୋଡ଼ରେ ଲେଖି ସ୍ନାତ୍ତକ ଯାଏ ଗଲେଣି ଆଗକୁ ପ୍ରଶାସନିକ ଅଧିକାରୀ ଟିଏ ହେବାର ସ୍ବପ୍ନ ନେଇ ସିଏ ଆଗକୁ ବଢୁଛନ୍ତି। ଦୁଇଟି ହାତ ଥାଇ ଜନ୍ମ ହୋଇଥିବା ମମତାଙ୍କୁ ତାଙ୍କ ବାପା ଗୋଡ଼ରେ ଲେଖା ଶିଖାଇଥିଲେ ସ୍କୁଲରେ ଗୋଡ଼ରେ ଲେଖୁଥିବା ଦେଖି ହସୁଥିଲେ ସହପାଠୀ କିନ୍ତୁ ଗୋଟିଏ ପରେ ଗୋଟିଏ ଶ୍ରେଣୀରେ ତାଙ୍କ ସଫଳତା ସହପାଠୀଙ୍କ ପରିହାସ କୁ ପ୍ରେରଣାରେ ବଦଳାଇଦେଇଥିଲା ପାଠ ପଢିବାରେ ତାଙ୍କର ଆଗ୍ରହ ପ୍ରତିବନ୍ଧକ କୁ ଅଟକାଇପାରିନଥିଲା

ମମତା ଙ୍କ ଘର ମଧ୍ୟପ୍ରଦେଶ ଛତ୍ରପୁର ଜିଲ୍ଲାର ଏକ ଗ୍ରାମୀଣ ଅଂଚଳରେ ତାଙ୍କ ବାପା ଜଣେ ଖଂଡର ବ୍ୟବସାୟୀ ମମତା ଜନ୍ମରୁ ଦୁଇଟି ହାତ ଥାଇ ଜନ୍ମ ହୋଇଥିଲେ। କିନ୍ତୁ ତାଙ୍କ ବାପା ଝିଅକୁ ସ୍ନେହ ଭଲପାଇବାରେ ସାମାନ୍ୟ ଉଣା କରିନଥିଲେ ସାଧାରଣ ସ୍କୁଲ ରେ ବିନା ହାତରେ ପଢ଼ିବାର ସଂଘର୍ଷ ଶିଖିଯାଇଥିଲେ ମମତା  ନିର୍ଭୁଲ ଭାବରେ ଦ୍ରୁତ ଗତିରେ ଯେଉଁଦିନ ସେ ଗୋଡ଼ରେ ଲେଖିଥିଲେ ସେଦିନର ଖୁସିକୁ ମନେପକାଇ ଆନନ୍ଦର ଅଶ୍ରୁ ଗଡାଇଥିଲେ ମମତା

14/04/2019

Leave a Reply

Your email address will not be published. Required fields are marked *

Comments