Bikash Khabar
ମାସ୍କ ପିନ୍ଧି ବେଦିରେ ବସିଲେ ବରକନ୍ୟା

ନା ବାଜିଥିଲା ବାଜା, ନା ଫୁଟିଥିଲା ବାଣ ରୋଶଣି। ବିନା ସୋରଶବ୍ଦରେ ଆସିଥିଲେ ବର। ବରଯାତ୍ରୀ ଥିଲେ ମାତ୍ର ୫ ଜଣ। ସମସ୍ତଙ୍କ ମୁହଁରେ ଥିଲା ମାସ୍କ। କନ୍ୟା ଘରେ ବରକୁ ବରଣ କଲାବେଳେ ଦ୍ବାର ମୁହଁରେ ହସ୍ତ ପ୍ରକ୍ଷାଳକ (ସାନିଟାଇଜର୍) ଧରି ଜଗିଥିଲା ଜଣେ। ସମସ୍ତେ ତାହାକୁ ହାତରେ ଲଗାଇ ଜଣ ଜଣ କରି ଭିତରକୁ ପଶୁଥିଲେ। ବେଦୀକୁ ଉଠିଲା ବେଳକୁ ଉଭୟ ବରକନ୍ୟାଙ୍କ ମୁହଁରେ ମଧ୍ୟ ଲାଗିଥିଲା ମାସ୍କ। ସାମାଜିତ ଦୂରତ୍ବ ବଜାୟ ରଖି ବସିଥିଲେ ବର, କନ୍ୟା ଓ ପଣ୍ଡିତ। ମନ୍ତ୍ର ଉଚ୍ଚାରଣ ମଧ୍ୟରେ ପଡ଼ିଥିଲା ହାତଗଣ୍ଠି। ତାଲା ବନ୍ଦ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ୍‌ ଝାରଗାଁରେ ଆଜି ଏମିତି ଏକ ନିଆରା ବାହାଘର ଅନୁଷ୍ଠିତ ହୋଇଯାଇଛି। ନୂଆଁଡିହିର ଜଣେ ଜଣାଶୁଣା ସମାଜସେବୀ ସ୍ନେହଲତା ପଟେଲଙ୍କ ଏକମାତ୍ର ପୁଅ ଅମ୍ରିତ ଝାରଗାଁର ଅରୁଣ ପଟେଲ ଓ ସୁଷମାଙ୍କ ପ୍ରଥମ ଝିଅ ଶୁଭଶ୍ରୀଙ୍କ ବିବାହ ଅନୁଷ୍ଠିତ ହୋଇଛି। ଅମ୍ରିତଙ୍କ ବାପା ମଦନମୋହନ ପଟେଲଙ୍କ କହିବା ଅନୁସାରେ, ଏପ୍ରିଲ ୧୭କୁ ବାହାଘର ତିଥି ଧାର୍ଯ୍ୟ ହୋଇସାରିଥିଲା। ୧୪ରେ ତାଲାବନ୍ଦ ସରୁଥିବାରୁ ୧୭ରେ ବାହାଘର ନିଶ୍ଚିତ ହେବ ବୋଲି ଭାବି ନେଇଥିଲେ ଉଭୟ ପକ୍ଷ। ତେଣୁ ତାରିଖ ଘୁଞ୍ଚାଇବାକୁ ଉଚିତ ମଣି ନଥିଲେ। ତାଲାବନ୍ଦ ପୁଣି ମେ ୩ ତାରିଖକୁ ଘୁଞ୍ଚି ଯାଇଥିଲା ମେ ୩କୁ। ବହୁତ ଚିନ୍ତା କରିବାପରେ ଉଭୟ ପକ୍ଷ ତାଲାବନ୍ଦ କଟକଣା ମାନି ବାହାଘର କରିବାକୁ ସ୍ଥିର କରିଥିଲେ। ତେବେ, ବାହାଘରେ ଦୂରଦୂରାନ୍ତରରେ ଥିବା ଆତ୍ମୀୟ ସ୍ବଜନ ସାମିଲ ହୋଇପାରି ନଥିବା ପ୍ରକାଶ କରିଥିଲେ ମଦନମୋହନ ଓ ଅରୁଣ।

18/04/2020

Leave a Reply

Your email address will not be published. Required fields are marked *

Comments