Bikash Khabar
ଆମ୍ବିକାପୁର ରେ ହେଲା ଦେଶର ପ୍ରଥମ ଗାରବେଜ କେଫ,ପ୍ଲାଷ୍ଟିକ ବଦଳରେ ମିଳିବ ଭୋଜନ

ଛତିଶଗଡ଼ ରାଜ୍ୟର ଆମ୍ବିକାପୁର କୁ ପ୍ଲାଷ୍ଟିକ ପ୍ରଦୂଷଣରୁ ମୂକ୍ତପାଇଁ ଏକ ଅଭିନବ ଉଦ୍ୟମ କରାଯାଇଛି। ପ୍ରଶାସନ ପକ୍ଷରୁ ସେଠାରେ ସ୍ଥାପନ କରାଯାଇଛି ଏକ ଗାରବେଜ କେଫ। ଏଠାରେ ପ୍ଲାଷ୍ଟିକ ବର୍ଜ୍ୟ ବଦଳରେ ଜଳଖିଆ ପେଟପୁରା ଭୋଜନ ଦେବାର ବ୍ୟବସ୍ଥା କରାଯାଇଛି ଭଙ୍ଗାକାଚ,ଚିରାଫଟା କାଗଜ,ପ୍ଲାଷ୍ଟିକ ମୁଣା ରାସ୍ତାକଡ଼ରୁ ଗୋଟାଉଥିବା ଶିଶୁ ମହିଳା ମାନେ ଏହାର ପ୍ରତିବଦଳରେ ଭୋଜନ ପାଇପାରୁଥିବା ଜଣାଯାଇଛି   ଦେଶରେ ସ୍ବଚ୍ଛତା ପରିବେଶ ପ୍ରଦୂଷଣ ମୁକ୍ତ କରିବାକୁ ରାଜ୍ୟ କେନ୍ଦ୍ର ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଆମ୍ବିକାପୁର ଏହି ଉଦ୍ୟମ ପ୍ରସଂଶନୀୟ ହୋଇପାରିଛି ପ୍ଲାଷ୍ଟିକ୍କୁ ପୁନଃ ବ୍ୟବହାର ଉପଯୋଗୀ କରିବା ପାଇଁ ଏହି ଉଦ୍ୟମ ବେଶ ଫଳପ୍ରଦ ବୋଲି ମତପ୍ରକାଶ ପାଇଛି ଅମ୍ବିକାପୁର ନଗର ନିଗମ ସହରର ଗରିବ ଲୋକଙ୍କୁ ପ୍ଲାଷ୍ଟିକ୍ବଦଳରେ ଭୋଜନ ଦେବାର ବ୍ୟବସ୍ଥାରେ ଅନେକ ଜାରିଗୋଟାଳୀ ସାମିଲ ହୋଇ ସହର ରେ ପଡିଥିବା ଜାରି ସଂଗ୍ରହ କରି ସହରକୁ ପ୍ଲାଷ୍ଟିକ ମୁକ୍ତ ଦିଗରେ ଲାଗିଛନ୍ତି ଯିଏ ରାସ୍ତା ଉପରେ ପଡ଼ିଥିବା କିଲୋ ପ୍ଲାଷ୍ଟିକ୍ଥଳି ଆଣିବ ସେମାନଙ୍କୁ ମାଗଣାରେ ଭୋଜନ ଦିଆଯିବ। ଆଉ ଯିଏ ଅଧା କିଲୋ ପ୍ଲାଷ୍ଟିକ ଥଳି ଆଣିବ ସେମାନଙ୍କୁ ପେଟପୂରା ଜଳିଖିଆ ମିଳିବ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ସୋମବାର ନଗର ନିଗମ ବଜେଟରେ ଏହି ଯୋଜନା ପାଇଁ ସାଢ଼େ ୫ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି। ଯଦି ଏହି ଯୋଜନା ପାଇଁ ଆହୁରି ଟଙ୍କା ଆବଶ୍ୟକ ହୁଏ ତେବେ ଜନପ୍ରତିନିଧିମାନଙ୍କର ସାହାର୍ଯ୍ୟ ଲୋଡାଯିବ ବୋଲି କୁହାଯାଇଛି

16/07/2019

Leave a Reply

Your email address will not be published. Required fields are marked *

Comments