Bikash Khabar
ରାଜ୍ୟରେ ଆବଶ୍ୟକ ପଡ଼ୁଥିବା ୪.୫ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ ଲକ୍ଷ୍ୟକୁ ଶତ ପ୍ରତିଶତ ହାସଲ କରିବା ପାଇଁ ନିଷ୍ପତ୍ତି

ରାଜ୍ୟରେ ଆବଶ୍ୟକୀୟ ପରିମାଣର ରକ୍ତ ଉପଲବ୍ଧ ହେଉନାହିଁ ବିଶେଷ କରି ରକ୍ତଦାନ କରୁଥିବା କଲେଜ ଅନ୍ୟାନ ଶିକ୍ଷାନୁଷ୍ଠାନ ଗୁଡିକ ଖରାଦିନେ ଛୁଟି ହୋଇଯାଉଥିବାରୁ ଖରାଦିନେ ରକ୍ତ ସଂଗ୍ରହ ପରିମାଣ କମିଯାଉଛି। ଦ୍ୱିତୀୟତଃ ଗ୍ରାମାଞ୍ଚଳରେ ଏବେବି ରକ୍ତଦାନ ସଂପର୍କରେ ସଚେତନତା ନାହିଁକି ସଂଗ୍ରହ ବ୍ୟବସ୍ଥା ନାହିଁ ସ୍ବେଛାକୃତ ରକ୍ତଦାନ ପରିମାଣ ବଢିଲେ ଜରୁରୀକାଳୀନ ରକ୍ତ ଆବଶ୍ୟକତା ଥାଲାସେମିୟା ରୋଗୀମାନଙ୍କୁ ନିୟମିତ ରକ୍ତ ଦେବା କ୍ଷେତ୍ର ରେ ସମସ୍ୟା ସୃଷ୍ଟି ହେବ ଏହାକୁ ଆଖି ଆଗରେ ରଖି ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମକୁ ବିକେନ୍ଦ୍ରୀକରଣ କରି ଏହାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ରାଜ୍ୟରେ ଥିବା ୭ଟି ସରକାରୀ ମେଡିକାଲ କଲେଜ ହସ୍ପିଟାଲ ସମେତ ରାଉରକେଲା ଆର୍ଜିଏଚ୍ ବରଗଡ଼ ପାଇଁ ରକ୍ତ ସଂଗ୍ରହ ଭ୍ୟାନ୍ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଛି ଘରୋଇ ଡାକ୍ତରଖାନାଗୁଡ଼ିକରେ ଥିବା ରକ୍ତଭଣ୍ଡାର ସହ ସମନ୍ବୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି।

ରାଜ୍ୟ ରକ୍ତ ସଂଚାଳନ ପରିଷଦର ୩୧ତମ ପରିଚାଳନା କମିଟି ବୈଠକ ବୁଧବାର ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ୨୦୧୯/୨୦ବର୍ଷ ପାଇଁ ୨୮ କୋଟି ୭୫ଲକ୍ଷ ଟଙ୍କାର ବ୍ୟୟବରାଦ ଅନୁମୋଦିତ ହୋଇଛି। ରାଜ୍ୟରେ ଆବଶ୍ୟକ ପଡ଼ୁଥିବା .୫ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟକୁ ଶତ ପ୍ରତିଶତ ହାସଲ କରିବା ପାଇଁ ନିଷ୍ପତ୍ତି ହୋଇଛି। ସରକାରୀ ଡାକ୍ତରଖାନାମାନଙ୍କରେ ଚିକିତ୍ସିତ ରୋଗୀମାନଙ୍କୁ ସରକାର ମାଗଣାରେ ରକ୍ତ ଯୋଗାଇ ଦେଉଛନ୍ତି। ଏହାସହ ହେମୋଗ୍ଲୋବିନୋପାଥି ରୋଗୀଙ୍କ ପାଇଁ ଯାତାୟାତ ବାବଦକୁ ୫ଶହ ଟଙ୍କା ପ୍ରଦାନ କରାଯାଉଛି। ୨୦୧୮ ମାର୍ଚ ୧ତାରିଖରୁ ଚଳିତ ମାର୍ଚ ୩୧ତାରିଖ ସୁଦ୍ଧା ୧୧,୭୦୬ଜଣ ଏଭଳି ରୋଗୀ ଉପକୃତ ହୋଇଛନ୍ତି। ରକ୍ତ ସଂଚାଳନ ପରିଷଦ କାର୍ଯ୍ୟଧାରାରେ ପରିବର୍ତନ ଆଣି ସ୍ବେଚ୍ଛାକୃତ ରକ୍ତ ସଂଗ୍ରହ କ୍ୟାମ୍ପ ଆୟୋଜନ ଆଦିକୁ ଅଧିକ ସୁଦୃଢ଼ କରିବାକୁ ନିର୍ଦେଶ ଦିଆଯାଇଛି।

18/07/2019

Leave a Reply

Your email address will not be published. Required fields are marked *

Comments