Bikash Khabar
ମେଘାଳୟ ହେଲା ଜଳନୀତି ପ୍ରସ୍ତୁତକାରୀ ପ୍ରଥମ ରାଜ୍ୟ

ମେଘାଳୟ ରେ ପ୍ରବଳ ବର୍ଷାହୁଏ,କିନ୍ତୁ ଅଟକେ ନାହିଁ ବଙ୍ଗଳାଦେଶ କୁ ଚାଲିଯାଏ ଏହାକୁ ଅଟକାଇ ରାଜ୍ୟର ଆବଶ୍ୟକତା ପୁର୍ଣ ପାଇଁ ମେଘାଳୟ ଏବେ ଅଂଟା ଭିଡିଛି।ଦେଶର ପ୍ରଥମ ରାଜ୍ୟ ଭାବେ ମେଘାଳୟ  ଜଳ ସୁରକ୍ଷା,ସଂରକ୍ଷଣ, ପରିଚାଳନା କୁ ନେଇ ଚିନ୍ତାବ୍ୟକ୍ତ କରିବା ସହିତ ରାଜ୍ୟ ଜଳନୀତି ପ୍ରସ୍ତୁତ କରିଛି ଜଳର ବ୍ୟବହାର ଏବଂ ରାଜ୍ୟରେ ଜଳଉତ୍ସ ସୁରକ୍ଷା ଏବଂ ସଂରକ୍ଷଣ ଜନିତ ସମସ୍ୟା କୁ ସମାଧାନ କରିବା ପାଇଁ ଶୁକ୍ରବାର ମେଘାଳୟ ମନ୍ତ୍ରୀପରିଷଦ ଜଳନୀତିକୁ ମଞ୍ଜୁରୀ ଦେଇଛି ମୁଖ୍ୟମନ୍ତ୍ରୀ କେ କେ ସାଙ୍ଗମା କହିଛନ୍ତିଯେ ଜଳ ଏକ ସୀମିତ ପ୍ରାକୃତିକ ସମ୍ପଦ ଏହାର ସଠିକ ସୁରକ୍ଷା,ସଂରକ୍ଷଣ ପରିଚାଳନା କରାନଗଲେ ଆମକୁ ଉତ୍କଟ ସଙ୍କଟ ସାମ୍ନା କରିବାକୁ ପଡିବ ଏକଥା ସତ୍ୟଯେ ମେଘାଳୟରେ ପ୍ରବଳ ବର୍ଷା ହୁଏ କିନ୍ତୁ  ତାହା ବୋଲି ଯେ ଜଳକୁ ପ୍ରବାହିତ ହୋଇ ଅନ୍ୟତ୍ର ଚାଲିଯିବାକୁ ଦିଆଯିବ ଏହା ଠିକ ନୁହେଁ   ଏବେ ଗାଁ ସ୍ତର ରେ ଜଳସ୍ୱଛତା ଗ୍ରାମ ପରିଷଦ ଗଠନ ଜରିଆରେ ଜଳସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି ସାଙ୍ଗମା କହିଥିଲେ ମେଘାଳୟ ଜଳନୀତି ଏବେ ଅନେକ ରାଜ୍ୟ ପାଇଁ ପ୍ରେରଣାଦାୟୀ ହୋଇଛି ବର୍ଷାଜଳ,ଭୁପୃଷ୍ଠ ଜଳ, ଭୂତଳ ଜଳର ସଂଚୟ ସୁରକ୍ଷା ପାଇଁ ଭିଭିନ୍ନ ରାଜ୍ୟ ଅନେକ ପ୍ରକାର କାର୍ଯ୍ୟକ୍ରମ ନେଇ ଆଗକୁ ବଢୁଥିବା ବେଳେ ମେଘାଳୟ ଜଳନୀତି ପ୍ରସ୍ତୁତ କରି ଆଉ ଏକପାଡ଼ ଆଗକୁ ଅଗ୍ରସର ହୋଇଛି

15/07/2019

Leave a Reply

Your email address will not be published. Required fields are marked *

Comments