Bikash Khabar
ଟ୍ରାନଜିଟ୍‌ ସେଣ୍ଟରରେ ରହି ଜୀବିକା ପ୍ରତିପୋଷଣ କରିପାରୁଥିବା ବନ୍‌ଜାରା ପରିବାର ଏବେ ଅନେକଙ୍କ ପାଇଁ ଉଦାହରଣ

 ରୋଜଗାର କରିବାର ଇଚ୍ଛା ଥିଲେ କରୋନା କଟକଣା ବି ବାଧକ ସାଜେନି। ପେଟ ପୋଷିବା ପାଇଁ ଟ୍ରାନଜିଟ୍ସେଣ୍ଟରରେ ବି କାମ କରି ହୁଏ ତାହା ପ୍ରମାଣ କରି ଦେଖାଇଛନ୍ତି ଛତିଶଗଡ଼ର ବନ୍ଜାରା ପରିବାର। ଝାଡ଼ୁ ତିଆରି କରି ଏହାକୁ ବଜାରରେ ବିକ୍ରି କରି ରୋଜଗାର କରୁଥିବା ଏହି ବନ୍ଜାରା ପରିବାର ଏବେ ବହୁ ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।ରସୁଲଗଡ଼ ଓଭରବ୍ରିଜ୍ତଳେ ୨୫ଜଣ ବନ୍ଜାରା ରହୁଥିବା ବିଏମ୍ସି ଖବର ପାଇବା ପରେ ସେମାନଙ୍କୁ ରସୁଲଗଡ଼ ଆଶ୍ରମ ସ୍କୁଲରେ ଖୋଲିଥିବା ଟ୍ରାନଜିଟ୍ସେଣ୍ଟରକୁ ଆସିବାକୁ କହିଥିଲା। କିନ୍ତୁ ସେମାନେ ଝାଡ଼ୁ ତିଆରି କରି ପରିବାର ଚଳାଉଥିବାରୁ ଏବେ ଟ୍ରାନଜିଟ୍ସେଣ୍ଟରରେ ରହିଲେ ଆଗକୁ କେମିତି ଚଳିବେ ବୋଲି କର୍ତ୍ତୃପକ୍ଷଙ୍କୁ ପଚାରିଥିଲେ। ମାର୍ଚ୍ଚରୁ ଜୁନ୍ମାସ ମଧ୍ୟରେ ଓଡ଼ିଶା ଆସି ଝାଡ଼ୁ ତିଆରି କରନ୍ତି ତାହାକୁ ବିକ୍ରି କରି ପୁଣି ଛତିଶଗଡ଼ ଫେରିଯାଆନ୍ତି। ସେଥିରେ ହିଁ ତାଙ୍କର ବର୍ଷଯାକର ଖର୍ଚ୍ଚ ଯୋଗାଡ଼ ହୋଇଯାଏ। ତେଣୁ ଝାଡ଼ୁ ତିଆରି କରିବାକୁ ଅନୁମତି ଦେଲେ ହିଁ ସେମାନେ ଯିବେ ବୋଲି କହିଥିଲେ। ବନ୍ଜାରାମାନଙ୍କର ଉତ୍ସାହ ଦେଖି ବିଏମ୍ସି କର୍ତ୍ତୃପକ୍ଷ ସେମାନଙ୍କୁ ଟ୍ରାନଜିଟ୍ସେଣ୍ଟରରେ ରହି କାମ କରିବାକୁ ବି ଅନୁମତି ମିଳିବ ବୋଲି କହିଥିଲେ। ଏହାପରେ ସେମାନେ ଟ୍ରାନଜିଟ୍ସେଣ୍ଟରକୁ ଯାଇଥିଲେ। ଆଉ ସାଙ୍ଗରେ ଝାଡ଼ୁ ତିଆରି ପାଇଁ ରଖିଥିବା ଖଜୁରୀ ପତ୍ରକୁ ନେଇଥିଲେ। ସେଠାରେ ଏବେ ଝାଡ଼ୁ ତିଆରି କରୁଛନ୍ତି। ଆଉ ଟ୍ରାନଜିଟ୍ସେଣ୍ଟର ବାହାରୁ ବ୍ୟବସାୟୀମାନେ ଆସି ନେଇଯାଉଛନ୍ତି। ବନ୍ଜାରାମାନେ ସଙ୍ଗରୋଧ ହୋଇ ରହିବା ସହ ରୋଜଗାର କରିପାରୁ ଥିବାରୁ ସେମାନେ ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି।

13/05/2020

Leave a Reply

Your email address will not be published. Required fields are marked *

Comments