Bikash Khabar
ତେଲେଙ୍ଗାନା ର ଇଟାଭାଟିରେ ବନ୍ଧା ପଡିଛନ୍ତି ୪୦ ଓଡ଼ିଆ ଶ୍ରମିକ

ଫାଇଲ ଭିତରେ ବନ୍ଧା ହୋଇ ରହିଛି ଶ୍ରମିକ କଲ୍ୟାଣ । ଯୋଜନା ପହଁଚୁନି ଗାଁ ମୁଣ୍ଡରେ । ଗାଁ ମାନଙ୍କରେ କାମ ଧନ୍ଦା ମିଳୁ ନ ଥିବାରୁ  ମାଟିର ମୋହ ତୁଟାଇ ପ୍ରବାସ କୁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ ,ଦାଦନ ଯେ ସବୁ ଶ୍ରମିକଙ୍କ ଜୀବନକୁ ଆଲୋକିତ କରୁନି ତାର ଅନେକ ଉଦାହରଣ ସୃଷ୍ଟି ହେବାରେ ଲାଗିଛି ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଣ୍ଟାମାଲ  ରେ । ୪୦ ଜଣ ଶ୍ରମିକ କାଁ କରିବାକୁ ଯାଇ ପଡୋଶୀ ତେଲେଙ୍ଗାନାର ଇଟା ଭାଟିରେ ବନ୍ଧକ ରହିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ କଲରା କୋଠା ଗାଁ ର ୧୮ ଜଣ ଶ୍ରମିକଙ୍କ ସହ ପାଇକମାଳ ଅଂଚଳର ୨୨ ଜଣ ଶ୍ରମିକ ଇଟା ଗଢିବା କାମ ପାଇଁ ଡିସେମ୍ବର ମାସ ରେ ତେଲେଙ୍ଗାନା ର ପଇଦାପଲ୍ଲୀ ଜିଲାର ଗୌର ବାଡ଼ି ଯାଇଥିଲେ ।ସେଠାରେ କିଛିଦିନ ଭଲରେ ବିତିବା ପରେ ଆରମ୍ଭ ହେଲା ଠିକାଦାର ର ଜୁଲୁମ।ଖାଦ୍ୟ ନ ଦେଇ ଖଟାଇବାସହ କଥ କଥାରେ  ମାଡ଼ ଗାଳି ଦେବାକୁ ମଧ୍ୟ ପଛାଉନଥିଲା ।ଜଣେ ଶ୍ରମିକ ଠିକାଦାର ମାଡ଼ ରେ ଆହାତ ହୋଇ ଲୁଚି ଛପି ଚାଲିଆସିବାପରେ ଏହି ଘଟଣା ସାମ୍ମନା କୁ ଆସିଥିଲା । ଆହାତ ଶ୍ରମିକ ଜନକ କୁମରିଆ କୁ ସାଥିରେ ନେଇ ଗ୍ରାମବାସୀ ଜିଲାପାଳ ଙ୍କୁ ଭେଟି ବନ୍ଧକ ଥିବା ଶ୍ରମିକ ଙ୍କ ମୁକ୍ତି ଦାବି କରିଥିଲେ ।

11/03/2019

Leave a Reply

Your email address will not be published. Required fields are marked *

Comments