Bikash Khabar
ମତଦାନ ସଚେତନତା ପାଇଁ ମିନି ମାରାଥନ

 ପୁରୀରେ ଭୋଟର ସଚେତନତା ନିମନ୍ତେ ଏକ ମିନି ମାରାଥନ ଦସ୍ତଖତ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ସିଂହଦ୍ୱାରରୁ ଏହି ମିନି  ମାରାଥନ ଶୁଭାରମ୍ଭ ହୋଇଥିବା ବେଳେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ନିର୍ବାଚନ ଖର୍ଚ୍ଚ ପର୍ୟ୍ୟବେକ୍ଷକ  ସନ୍ଦୀପ୍ ମାହେଶ୍ୱରୀ ପତାକା ଦେଖାଇ ଏହାକୁ ଉଦଘାଟନ କରିଥିଲେ।  ମାରାଥନରେ ଶତାଧିକ କ୍ରୀଡାବିତ୍, ପ୍ରଶାସନିକ ଅଧିକାରୀ   ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଅଶଂଗ୍ରହଣ କରିଥିବା ବେଳେ ଏଥିରେ ନାଗାନୃତ୍ୟ, ମେଢ଼ନୃତ୍ୟ ଜରିଆରେ ସଚେତନତା  କରାଯାଇଥିଲା ସିଂହଦ୍ୱାରରୁ ଆରମ୍ଭ ହୋଇଥିବା ଏହି ମାରାଥନ ସମୁଦ୍ରକୂଳପର୍ୟ୍ୟନ୍ତ  ଯାଇଥିଲା। ସମୁଦ୍ରକୂଳରେ ଆୟୋଜିତ ସଚେତନତା ସଭାରେ ଜିଲ୍ଲାପାଳ କହିଥିଲେ  ଯେ ନିର୍ବାଚନ ଗଣତନ୍ତ୍ରର ଏକ ମହାନପର୍ବ। ଏପ୍ରିଲ ୨୩ ୨୯ ତାରିଖରେ ପୁରୀ ଲୋକସଭା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ କରାଯିବ। ନିର୍ବାଚନକୁ ମୁକ୍ତ ଅବାଧ କରାଯିବ।ଭୋଟରମାନେ ନିଜର ବିବେକ ଅନୁଯାୟୀ ଭୋଟ୍ କରିବେ। ଭିନ୍ନକ୍ଷମ ବରିଷ୍ଠ ନାଗରିକ ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ପୁଲିଂ ବୁଥ ରେ ଆନୁସଙ୍ଗିକ  ସୁବିଧା କରାଯାଇଥିବା ସେ ସୁଚାଇଥିଲେ ବ୍ୟୟ ପର୍ୟ୍ୟବେକ୍ଷକ  ସନ୍ଦୀପ୍ ମାହେଶ୍ୱରୀ କହିଲେ ଭୋଟଦେବା ହେଉଛି  ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ  ଗଣତନ୍ତ୍ର ଏକ ମୁଖ୍ୟଅଂଶ।ଭୋଟଦେବା ଦିଗରେ  ସମସ୍ତଙ୍କୁ ସଚେତନ କରିବାକୁ ସେ କହିଥିଲେ। ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର  ଦାସ କହିଲେ ଯେ, ଭୋଟ ଦେବା ଏକ ବଡ କର୍ତବ୍ୟ ଭୋଟ ଦେଇ ଆମେ ସରକାର ବାଛିବା ସହ ଗଣତନ୍ତ୍ର କୁ ସୃଦୃଢ କରିବାକୁ ସେ ଆହ୍ୱାନ ଦେଇଥିଲେ   ଅତିରିକ୍ତ ଜିଳ୍ଳାପାଳ ବିନୟ କୁମାର ଦାସ,ଉପଜିଳ୍ଲାପାଳ ଭବତାରଣ ସାହୁ, ପୌରନିର୍ବାହୀ ଅଧିକାରୀ ହରିଶ୍ଚନ୍ଦ୍ର ନାୟକ ପ୍ରମୁଖ ଭୋଟ ଦେଇ ଗଣତନ୍ତ୍ର ପ୍ରକ୍ରିୟା କୁ ସୁଦୃଢ କରିବା  କହିଥିଲେ।  କ୍ରୀଡାଧିକାରୀ ନାରାୟଣ ବେହେରା ଅନ୍ୟ ଅଧିକାରୀ ମାନେ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ଶେଷରେ ଭୋଟଦାନ ଗଣତନ୍ତ୍ରିକ ନିର୍ବାଚନ ସଂପର୍କରେ ଦସ୍ତଖତସଂଗ୍ରହ  ଅଭିଯାନ ହୋଇଥିଲା।

14/04/2019

Leave a Reply

Your email address will not be published. Required fields are marked *

Comments