Bikash Khabar
ଭାରତର ବିକାଶ ପାଇଁ ପ୍ରବାସୀମାନଙ୍କ ଠାରୁ ପ୍ରସ୍ତାବ ଲୋଡିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୂର୍ବ କାଳରେ କଳିଙ୍ଗର ସାଧବ ପୁଅ ମାନେ  ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକରେ ବେପାର ବଣିଜ କରି ନାଁ କରିଥିଲେ। ବର୍ତ୍ତମାନ ଘଡ଼ସନ୍ଧି ମୂହୁର୍ତ୍ତରେ ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକରେ ରହୁଥିବା ସଫଳ ଓଡ଼ିଆମାନେ ଭାରତ ତଥା ଓଡ଼ିଶାର ବିକାଶ ପାଇଁ ନୂଆ ପ୍ରସ୍ତାବ ଦେବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ କରିଛନ୍ତି ଦକ୍ଷିଣ-ପୂର୍ବ ଏସୀୟ ଦେଶ ସମୂହ ଯଥା ଇଣ୍ଡୋନେସିଆ, ମିଆଁମାର, ସିଙ୍ଗାପୁର, ଭିଏତନାମ, ମାଲେସିଆ ଥାଇଲାଣ୍ଡରେ ରହୁଥିବା ଓଡ଼ିଆ ବ୍ୟକ୍ତିଙ୍କ ସହ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ। ଏହି ଦେଶଗୁଡ଼ିକ ଅନ୍ତରାଷ୍ଟ୍ରୀୟ ସୀମା ସିଲ୍କରିବା, ରାଷ୍ଟ୍ରୀୟ ଲକ୍ଡାଉନ୍ ତୁରନ୍ତ ଲାଗୁ କରିବା ସହ ଲକ୍ଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରି େରାନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଥିବା ନେଇ ଓଡ଼ିଆମାନେ ମତ ଦେଇଥିଲେ। କେରାନା ମୁକାବିଲା ଆର୍ଥିକ ଗତିବିଧି ପ୍ରଭାବିତ ହେବା, ପରବର୍ତ୍ତୀ ଆର୍ଥିକ ସ୍ଥିତି ସେଥିରେ ଦକ୍ଷିଣ ପୂର୍ବ ଏସୀୟ ଦେଶ ସମୂହ ତଥା ଭାରତରେ ସମ୍ଭାବନା ସମ୍ପର୍କେର ଏହି ପ୍ରମୁଖ ବ୍ୟକ୍ତିମାନେ ଆଶା ଆଶଙ୍କା ପ୍ରକାଶ କରିଥିଲେ। େରାନା ପରେ ଚୀନ୍ରୁ ଶିଳ୍ପ ସଂସ୍ଥା ଅନ୍ୟ ଦେଶକୁ ସ୍ଥାନାନ୍ତର ପ୍ରକ୍ରିୟାରେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ତଥା ଭାରତକୁ ଅଧିକ ଲାଭ ମିଳିବ ବୋଲି ସେମାନେ ମତ ଦେଇଥିଲେ। ଭାରତରେ ଦେଶବାସୀଙ୍କ ତଥ୍ୟ ଆଧାର, ସମସ୍ତଙ୍କ ବ୍ୟାଙ୍କ ଖାତା ଏହା ମାଧ୍ୟମରେ ଅର୍ଥ ପ୍ରଦାନର ବ୍ୟବସ୍ଥା ତଥା ଭାରତୀୟଙ୍କ ଦକ୍ଷତା ବା କୌଶଳ ଦେଶରେ ଲଜିଷ୍ଟିକ୍ ସୁବିଧା ଭାରତକୁ ସୁବିଧାଜନକ ସ୍ଥିତିରେ ରଖିବ ଭାରତ ପାଇଁ ଅଧିକ ଶିଳ୍ପ ଆକୃଷ୍ଟ ହେବ ବୋଲି ଓଡ଼ିଆମାନେ ମତବ୍ୟକ୍ତ କରିଥିଲେ।

10/05/2020

Leave a Reply

Your email address will not be published. Required fields are marked *

Comments