Bikash Khabar
ଜାଣନ୍ତୁ ବାୟୁସେନାର ଆଜି ମିରାଜ କାହିଁକି ହୋଇଛି ନାୟକ

ପୁଲୱାମା ଆତଙ୍କବାଦୀ ଆକ୍ରମଣର ୧୨ ଦିନ ପରେ ଭାରତୀୟ ବାୟୁସେନା ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀଙ୍କ ଆଡ୍ଡାରେ ବଡ଼ କାର୍ଯ୍ୟାନୁଷ୍ଠାନ କରିଛି । ଆତଙ୍କବାଦୀ ଶିବିର ଉପରେ ୧୦୦୦ କିଗ୍ରାର ବୋମା ବର୍ଷଣ କରିଛି ମିରାଜ ୨୦୦୦ର ୧୨ଟି ବିମାନ ।

ଭାରତୀୟ ବାୟୁସେନାର ମିରାଜ-୨୦୦୦ ବିମାନର ଯୋଗାଣକାରୀ ହେଉଛି ଫ୍ରାନ୍ସର ଦାସଲ୍ଟ କମ୍ପାନୀ । ଏହି କମ୍ପାନୀ ରାଫେଲ ଯୁଦ୍ଧ ଜାହାଜ ତିଆରି କରୁଛି । ୨୦୧୫ରେ କମ୍ପାନୀ ମିରାଜ-୨୦୦୦ ଯୁଦ୍ଧ ଜାହାଜକୁ ଭାରତୀୟ ବାୟୁସେନାକୁ ପ୍ରଦାନ କରିଥିଲା । ଏହି ଉନ୍ନିତକରଣ ବିମାନରେ ନୁଆ ରଡ଼ାର ଏବଂ ବୈଦ୍ୟୁତିକ ଉପକରଣମାନ ରହିଛି । ଏହି ବିମାନ ଅଧିକରୁ ଅଧିକ ବୋମା ଓ କ୍ଷେପଣାସ୍ତ୍ରମାନ ବହନ କରି ଶତ୍ରୁ ଶିବିରକୁ ନିକ୍ଷେପ କରିବାରେ ସହାୟତା କରିଥାଏ । ଏହି ବିମାନ ଘଣ୍ଟା ପ୍ରତି ୨୪୯୫ କିମି ବେଗରେ ଉଡ଼ିଥାଏ ।

26/02/2019

Leave a Reply

Your email address will not be published. Required fields are marked *

Comments