Bikash Khabar
ଆଜିଠୁ ଅଧିକ ରୁଟରେ ଗଡିବ ମୋ ବସ

ମେ ତାରିଖରେ ବାତ୍ୟା ହେଲା।ରାସ୍ତାରେ ଟଳିପଡିଲା ଅନେକ ବୃକ୍ଷ ବିଦ୍ୟୁତ ତାର କେଉଁଠି ଗଛ କେଉଁଠି ବିପଦଜନକ ତାର ଓହଳି ଥିବା ଦେଖିବାକୁ ମିଳିଲା।କେତେକ ଜାଗାରେ ବ୍ରିଜ ଦବିଯାଇଥିବା ଦେଖାଗଲା ଏସବୁ ଦୃଷ୍ଟିରୁ ରାଜଧାନୀରେ ମୋ ବସ ସେବା କୁ ସାମୟିକ ଭାବେ ବନ୍ଦ କରିଦିଆଯାଇଥିଲା ବାତ୍ୟାରେ ମୋ ବସ୍ସେବା ପ୍ରଭାବିତ ହୋଇଥିବାବେଳେ ଏହାକୁ କ୍ରୁଟ୍କର୍ତ୍ତୃପକ୍ଷ ପୁନଃ ଚାଲୁ କରିବାକୁ ଉଦ୍ୟମ ଚଳାଇଛନ୍ତି।ଗତକାଲି ସୋମବାର  ସୁଦ୍ଧା ୧୯ଟି ରୁଟରେ  ୧୪୦ଟି ବସ୍ ଚଳାଚଳ କରୁଥିବାବେଳେ ଆଜି  ମଙ୍ଗଳବାରଠାରୁ ଆଉ ୫୦ଟି ବସ୍ ଗଡ଼ିବ। ବହୁ ବସ୍ଡିପୋକୁ ବିଦ୍ୟୁତ ପାଣି ସଂଯୋଗ ଦିଆଯାଇ ନଥିବାରୁ ଏବେ ବସ୍ଚଳାଚଳରେ କିଛି ସମସ୍ୟା ଦେଖାଯାଉଛି ମଙ୍ଗଳବାରଠାରୁ ସବୁ ସ୍ବାଭାବିକ ହେବ ବୋଲି କୁହାଯାଇଛି। କ୍ରୁଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ହାଇଟେକ୍ ମେଡିକାଲରୁ ମାଷ୍ଟରକ୍ୟାଣ୍ଟିନ୍ ପର୍ଯ୍ୟନ୍ତ ରୁଟ୍ ୩୧କୁ ଛାଡ଼ି ଏବେ ସବୁ ରୁଟ୍ରେ ବସ୍ଚଳାଚଳ କରିବ। ଏହି ରାସ୍ତାରେ ଗୋଟିଏ ସ୍ଥାନରେ ବ୍ରିଜ୍ଭାଙ୍ଗି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ପୁରୀ ପରେ ପରେ ବେଶୀ କ୍ଷତିଗ୍ରସ୍ତ ହୋଇଛି ଭୁବନେଶ୍ୱର ମେ ତାରିଖ ପରଠାରୁ ରାଜଧାନୀରେ ମୋ ବସ ସେବା ବନ୍ଦ ହୋଇଯାଇଥିଲା ବିଜୁଳି,ପାଣି,ମୋବାଇଲି ସଂଯୋଗ ପରିବହନ ସମସ୍ୟା ସହିତ ରୁ ୧୨ ଦିନ ଯାଏ ସଂଘର୍ଷ କରିଥିଲେ ରାଜଧାନୀବାସୀ ଏବେ ବି ସବୁ ଅଞ୍ଚଳରେ ବିଜୁଳି ସଂଯୋଗ ସ୍ୱାଭାବିକ ହୋଇପାରିନାହିଁ ଆଜି ଠାରୁ ମୋ ବସ ସେବା ନିଶ୍ଚିତତା ହେଉଥିବାରୁ କିଛିଟା ଆସ୍ୱସ୍ଥି ପ୍ରକାଶ ପାଇଛି

14/05/2019

Leave a Reply

Your email address will not be published. Required fields are marked *

Comments