Bikash Khabar
ମୋଦି କ୍ୟାବିନେଟ ର ପ୍ରଥମ ନିଷ୍ପତ୍ତି ,ବଢ଼ିଲା ଶହୀଦ ସନ୍ତାନ ଙ୍କ ସ୍କଲାରସିପ ପରିମାଣ

ଶୁକ୍ରବାର ଅପରାହ୍ନରେ ମୋଦି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା   ଏଥିରେ ପ୍ରଧାନ ମନ୍ତ୍ରୀ ସ୍କଲାରସିପ କୁ ନେଇ ଏକ ବଡ଼ ପରିବର୍ତ୍ତନ ହୋଇଛି। ମୋଦି ସରକାରଙ୍କ ନୁଆଁ କ୍ୟାବିନେଟ ନେଇଛି ବଡ଼ ନିଷ୍ପତ୍ତି   ଶହୀଦ ଙ୍କ ସନ୍ତାନ ମାନଙ୍କ ମାସିକ ସ୍କଲାରସିପ ମାସିକ ୨୦୦୦ ବଦଳରେ ଏଣିକି ୨୫୦୦ କୁ ବଢିଛି   ସେହିପରି ବାଳିକା ଙ୍କ କ୍ଷେତ୍ରରେ ବୃତ୍ତିରଶି ୨୨୫୦ ରୁ ମାସିକ ୩୦୦୦ କରାଯିବାଲାଗି ପ୍ରଥମ କ୍ୟାବିନେଟ ରେ ନିଷ୍ପତ୍ତି ନିଆଯାଇଛି   ସୂଚନା ଯୋଗ୍ୟ ଯେ   ଦ୍ୱିତୀୟଥର ପାଇଁ କ୍ଷମତାକୁ ଫେରିଥିବା ନରେନ୍ଦ୍ର ମୋଦି ସରକାର ରେ ଶୁକ୍ରବାର  ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ ହୋଇଥିଲା   ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ପରେ ଅପରାହ୍ନରେ  ପ୍ରଥମ କ୍ୟାବିନେଟ ବୈଠକ ଆୟୋଜିତ ହୋଇଥିଲା  ଏଥିରେ ଯୋଗଦେବା ଲାଗି ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନ, ମୁକତାର ଅବ୍ବାସ ନକଭି, ଗିରିରାଜ ସିଂ, ନିର୍ମଳା ସିଥାରମଣ, ରାଜନାଥ ସିଂ, ସ୍ମୃତି ଇରାନି, ଅରବିନ୍ଦ ସାଓ୍ବନ୍ତ, କିରଣ ରିଜେଜୁ ଆଦି କେନ୍ଦ୍ର ମନ୍ତ୍ରୀମାନେ ନିର୍ଧାରିତ ସମୟରେ ପହଂଚିଥିଲେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀଭାବେ ନରେନ୍ଦ୍ର ମୋଦି କାର୍ଯ୍ୟଭାର ସମ୍ଭାଳିଥିବା ବେଳେ ୨୪ ଜଣ କ୍ୟାବିନେଟ ମନ୍ତ୍ରୀ,୨୪ ଜଣ ରାଷ୍ଟ୍ରପାହ୍ୟା  ଜଣ ରାଷ୍ଟ୍ରମନ୍ତ୍ରୀ  ଏପରି ମୋଟ ୫୭ ଜଣ ମନ୍ତ୍ରୀ ନିଜ ନିଜ ଦାୟିତ୍ୱ ସମ୍ଭାଳିଛନ୍ତି   ଅମିତ ଶାହା ଗୃହ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ବେଳେ ରାଜନାଥ ସିଂ ପ୍ରତିରକ୍ଷା ନିତିନ ଗଡ଼କରୀ ସଡକ ପରିବହନ ବିଭାଗ ସମ୍ଭାଳିଛନ୍ତି   ଧର୍ମେନ୍ଦ୍ର ପ୍ରଧାନ ତୈଳ,ପ୍ରାକୃତିକ ଗ୍ୟାସ, ଇସ୍ପାତ ବିଭାଗ ମିଳିଥିବା ବେଳେ ବାଲେଶ୍ୱର ସାଂସଦ ପ୍ରତାପ ଷଢଙ୍ଗି ଙ୍କୁ ଏମଏସଏମଇ  ପଶୁସମ୍ପଦ ବିଭାଗ ମିଳିଛି   

31/05/2019

Leave a Reply

Your email address will not be published. Required fields are marked *

Comments