Bikash Khabar
ବିଳମ୍ବ ରେ ଆସିବ ମୌସୁମୀ,୯୨ ପ୍ରତିଶତ ହେବ ବୃଷ୍ଟିପାତ

ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସାମାନ୍ୟ ବିଳମ୍ବରେ ପହଞ୍ଚିବ ଏବଂ   କମ୍ବର୍ଷିବ ବୋଲି ପାଣିପାଗ ବିଶେଷଜ୍ଞ ମାନେ ପୂର୍ବାନୁମାନ  କରିଛନ୍ତି। ସାଧାରଣତଃ ମୌସୁମୀ ମେ ୨୦ ତାରିଖରେ ଆଣ୍ଡାମାନରେ ପହଞ୍ଚିଥାଏ ଜୁନ୍ପହିଲାରେ କେରଳ ଉପକୂଳ ଛୁଇଁଥାଏ। ଜୁନ୍୧୦ ତାରିଖ ସୁଦ୍ଧା ଓଡ଼ିଶାକୁ ଆସିଥାଏ। ତେବେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେବା ସମ୍ଭାବନା ରହିଛି ମୌସୁମୀ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ମେ ୨୦ ବଦଳରେ ଦିନ ବିଳମ୍ବରେ ଅର୍ଥାତ  ୨୪ କିମ୍ବା ୨୫ ତାରିଖରେ ପହଞ୍ଚିବ। ଜୁନ୍ପହିଲା ବଦଳରେ କିମ୍ବା ତାରିଖରେ କେରଳ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଏହାର ସପ୍ତାହ ପରେ ଅର୍ଥାତ୍ଜୁନ୍୧୫ରୁ ୧୮ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିପାରେ ବୋଲି ଅନୁମାନ କରାଯାଉଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ନିର୍ଦ୍ଦେଶକ ଏଚ୍‌.ଆର. ବିଶ୍ୱାସ କହିଛନ୍ତି। ତେବେ ଘରୋଇ ପାଣିପାଗ ପୂର୍ବାନୁମାନ ସଂସ୍ଥା  ସ୍କାଇମେଟ୍ ଆକଳନ ଅନୁଯାୟୀ  ଚଳିତ ବର୍ଷ ମୌସୁମୀ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ମେ ୨୨ ତାରିଖ  କେରଳରେ ଜୁନ୍୪ରେ ପହଞ୍ଚିବ। ସ୍କାଇମେଟ୍ ସିଇଓ ଜିତନ ସିଂ କହିଛନ୍ତି ଯେ ଚଳିତ ବର୍ଷ ଦେଶର ଭାଗରେ କମ୍ବର୍ଷା ହେବ। ପୂର୍ବ, ପୂର୍ବୋତ୍ତର ମଧ୍ୟ ଭାରତରେ ଉତ୍ତର-ପଶ୍ଚିମ ଭାରତ ଅପେକ୍ଷା କମ୍ବର୍ଷା ହେବ। ଦେଶରେ ସାମାନ୍ୟରୁ କମ୍ବର୍ଷା(୯୩%) ହେବ ବୋଲି ସ୍କାଇମେଟ୍ଅନୁମାନ କରିଛି।

ଏଲ୍ନିନ୍ୟୋ ଦୁର୍ବଳ ରହିଥିଲେ ମଧ୍ୟ ଏହାର ପ୍ରଭାବ ମୌସୁମୀ ଉପରେ ପଡ଼ିବା ଆଶଙ୍କା ରହିଛି। ଏଥିଯୋଗୁ ଓଡ଼ିଶା ସମେତ ସମଗ୍ର ଦେଶରେ ବର୍ଷା ପରିମାଣ କମିବା ସମ୍ଭାବନା ରହିଛି। ଗତବର୍ଷ ମୌସୁମୀ ସଅଳ ଅର୍ଥାତ ଜୁନ୍୮ରେ ଓଡ଼ିଶାକୁ ପ୍ରବେଶ କରିଥିଲା। ରାଜ୍ୟର ୬୦ ପ୍ରତିଶତ ଅଂଶକୁ ଛୁଇଁ ପାରିଥିଲା। ବଲାଙ୍ଗୀର ଜିଲାର ଟିଟିଲାଗଡ଼କୁ ବାଦ୍ଦେଲେ ସମ୍ବଲପୁର, ଝାରସୁଗୁଡା, ବରଗଡ଼, ସୋନପୁର, ଅନୁଗୋଳ, ଢେଙ୍କାନାଳ ଆଦି ଜିଲାକୁ ମୌସୁମୀ  ଛୁଇଁ ମାତ୍ର ଦିନ ପରେ ଉଭାନ ହୋଇଯାଇଥିଲା।  ଜୁନ  ୨୧ ତାରିଖ ଯାଏ ମୌସୁମୀ ଦୁର୍ବଳ ରହିଥିଲା। ଧାନ ଚାଷ ଉପରେ ଏହାର ପ୍ରଭାବ ପଡିଥିଲା। ପରେ ବର୍ଷା ସ୍ବାଭାବିକ ସ୍ତରକୁ ଆସିଥିଲା।

16/05/2019

Leave a Reply

Your email address will not be published. Required fields are marked *

Comments