Bikash Khabar
ପଦ୍ମ ପୁରସ୍କାରପ୍ରାପ୍ତ ଆର୍ଥିକ ଅନଗ୍ରସର ଙ୍କୁ ମିଳିବ ମାସିକ ୧୦ ହଜାର

ଏଣିକି ପଦ୍ମ ପୁରସ୍କାର ପ୍ରାପ୍ତ ଙ୍କୁ ମିଳିବ ମାସିକ ୧୦ ହଜାର ଟଙ୍କାର ଭତ୍ତା ତେବେ ଆର୍ଥିକ ଅନଗ୍ରସରକୁ ମାନଦଣ୍ଡ କରାଯିବ। ନିର୍ଧାରିତ ମାନଦଣ୍ଡ ମୁତାବିକ ଯୋଗ୍ୟ ବ୍ୟକ୍ତିଙ୍କୁ ମାସିକ ୧୦ ହଜାର ଟଙ୍କା ଭତ୍ତା ଆକାରରେ ପ୍ରଦାନ କରାଯିବ ନେଇ ସଂସ୍କୃତି ବିଭାଗର ଏକ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ଆର୍ଥିକ ଦୁରାବସ୍ଥା ଯୋଗୁଁ କିଛି ପଦ୍ମ ପୁରସ୍କାର ପ୍ରାପ୍ତ ପ୍ରତିଭା ମାନଙ୍କ ଦୈନନ୍ଦିନ ଜୀବନ ଦୁର୍ବିସହ ହୋଇପଡିଥିବା ଖବର ଜଣା ପଡିଥିଲା ପାହାଡ଼ କାଟି ନିଜ ଚାଷ ଖେତ ପର୍ଯ୍ୟନ୍ତ ପାଣି ପହଂଚାଇଥିବା କେନ୍ଦୁଝରର ପଦ୍ମଶ୍ରୀ ଦୈତାରୀ ନାୟକ ଦରିଦ୍ରତା ଭିତରେ ସଢ଼ୁଥିବା ନେଇ ଖବର ପ୍ରକାଶ ପାଇଥିଲା ଏପରିକି ପଦ୍ମଶ୍ରୀ ଦୈତାରୀ ଙ୍କୁ କେହି କୁଲି ମଜୁରୀ କାମ ଦେବାକୁ ସାହସ କରୁନଥିବାରୁ ସେ ତାଂକ ପରିବାର ପ୍ରତିପୋଷଣ ପାଇଁ ଅସମର୍ଥ୍ୟ ହେଉଥିବା ଖବର ପ୍ରକାଶ ପାଇବା ପରେ କେନ୍ଦୁଝର  ବିଜେପି ବିଧାୟକ ମୋହନ ମାଝୀ ପଦ୍ମଶ୍ରୀ ଦୈତାରୀ ଙ୍କୁ ଭେଟିଥିଲେ। କେବଳ ଦୈତାରୀ ଏକା ନୁହନ୍ତି  ରଙ୍ଗବତୀ ଗୀତର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ମଧ୍ୟ ଦାରିଦ୍ର୍ର କସାଘାତ ଭିତରେ ଜୀବନ ଜୀଉଁଛନ୍ତି ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୮୪ ଜଣଙ୍କୁ ମିଳିଛି ପଦ୍ମ ପୁରସ୍କାର। ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କ ଦେହାନ୍ତ ହୋଇଯାଇଛି। ଯେଉଁମାନେ ଜୀବିତ ଅଛନ୍ତି ଦାରିଦ୍ରତା ଭିତରେ ଜୀବନ ଜୀଉଁଛନ୍ତି ସେମାନଙ୍କୁ ମାସିକ ୧୦ ହଜାର ଟଙ୍କା ଭତ୍ତା ବାବଦରେ ଦେବାକୁ ନିଷ୍ପତ୍ତି ନିଆଯାଇଛି

09/07/2019

Leave a Reply

Your email address will not be published. Required fields are marked *

Comments