Bikash Khabar
କାଳିଆ ଲାଗି ଅଧିକ ୩୨୩୪ କୋଟି

ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କୃଷକ ଆସିଷ୍ଟାନ୍ସ ଫର ଲାଇଭଲିହୁଡ୍ଆଣ୍ଡ ଇନ୍କମ ଅଗ୍ମେଣ୍ଟେଶନ (କାଳିଆ) ଯୋଜନା ସକାଶେ ,୨୩୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଯୋଜନାରେ ଚଳିତ ବର୍ଷ ଯୋଗ୍ୟ ହିତାଧିକାରୀଙ୍କୁ ହଜାର ଟଙ୍କା ଲେଖାଏ ଉଭୟ ଖରିଫ ରବି ଫସଲରେ ଯୋଗାଇ ଦିଆଯିବ। ବର୍ଷକୁ ଜଣେ ଚାଷୀ ପରିବାର ୧୦ ହଜାର ଟଙ୍କାର ସହାୟତା ପାଇପାରିବେ। ଗତ ମେ ୨୯ ତାରିଖରେ ବିଜେଡି ଶାସନର ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ୩୨.୩୪ ଲକ୍ଷ ଅତିରିକ୍ତ ଚାଷୀ ପରିବାରଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଥିଲା। ଏଥିପାଇଁ ଅଧିକ ପାଣ୍ଠିର ଆବଶ୍ୟକତା ରହିଛି। ଏହି ଯୋଜନାରୁ କୌଣସି ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ବାଦ୍ ପଡିବେ ସେ ନେଇ ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଏହି ଯୋଜନାରେ ୪୩ ଲକ୍ଷ ଚାଷୀ ପରିବାରଙ୍କୁ ସାମିଲ କରାଯାଇଥିଲା। ପର୍ଯ୍ୟନ୍ତ ମୋଟ ୭୫ ଲକ୍ଷ ଚାଷୀ ପରିବାରଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଛି। ସେଥିରେ ୫୦ ଲକ୍ଷ କ୍ଷୁଦ୍ର ନାମମାତ୍ର ଚାଷୀ ଥିବା ବେଳେ ୨୫ ଲକ୍ଷ ଭୂମିହୀନ ଚାଷୀ ପରିବାରଙ୍କୁ ସାମିଲ କରାଯାଇଛି। ଅତିରିକ୍ତ ୩୨.୩୪ ଲକ୍ଷ ଚାଷୀ ପରିବାରଙ୍କ ପାଇଁ ୨୦୧୯-୨୦ ସକାଶେ ୩୨୩୪ କୋଟି ଟଙ୍କାର ଆବଶ୍ୟକତା ରହିଛି। ଏହି ଯୋଜନା ଘୋଷଣା ହେବା ପରେ ରାଜ୍ୟ ସରକାର ଏଥିପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ। ଏହି ଯୋଜନାରେ ଅଧିକ ଚାଷୀ ପରିବାରଙ୍କୁ ସାମିଲ କରାଯିବାରୁ ଯୋଜନାର ବ୍ୟୟ ଭାର ୧୩୨୩୪ କୋଟି ଟଙ୍କାରେ ପହଞ୍ଚିଛି।

08/06/2019

Leave a Reply

Your email address will not be published. Required fields are marked *

Comments