Bikash Khabar
ଚୀନ ଛାଡି ଭାରତ ଆସିବେ ୨୦୦ କମ୍ପାନୀ

ଚୀନରେ ଦୀର୍ଘବର୍ଷ ହେଲା ବ୍ୟବସାୟ ବାଣିଜ୍ୟ ପାଇଁ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିଥିବା ଆମେରିକୀୟ କମ୍ପାନି ଏବେ ସେହି ଦେଶ ଛାଡ଼ିବାକୁ ବସିଛନ୍ତି। ସେମାନେ ଚୀନ ପରିବର୍ତ୍ତେ ଭାରତ ଆସିବା ପାଇଁ  ଯୋଜନା ଚଳାଇଛନ୍ତି। ତେବେ ସାଧାରଣ ନିର୍ବାଚନ ପରେ ଏହି କମ୍ପାନି ଗୁଡ଼ିକ ଭାରତ ମୁହାଁ ହେବେ ବୋଲି କୁହାଯାଉଛି   ଚୀନ ପରିବର୍ତ୍ତେ ବିକଳ୍ପ ସ୍ଥାନ ଖୋଜୁଥିବା ଆମେରିକୀୟ କମ୍ପାନିଙ୍କ ପାଇଁ ଭାରତ ହିଁ ଏକ ଭଲ ବିକଳ୍ପ ହେବବୋଲି କୁହାଯାଇଛି। 

 ଚୀନରୁ ଭାରତକୁ ଶସ୍ତାରେ ସାମଗ୍ରୀ ରପ୍ତାନି ହେଉଥିବା ବିଷୟକୁ ନେଇ ଭାରତ ଯଦି ଚିନ୍ତିତ ରହିଛି ତାହେଲେ ଭାରତ ଏବଂ ଆମେରିକା ମଧ୍ୟରେ ଏଫଟିଏ ସେହି ସମସ୍ୟାର ସମାଧାନ କରିପାରିବ। ଭାରତ ନିଜକୁ ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାକୁ ହେଲେ କଣ କରିବା ଆବଶ୍ୟକ ବୋଲି ସେଥିନେଇ ସିସକୋର ବରିଷ୍ଠ ଅଧିକାରୀ ଜନ୍ କେର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଏକ କମିଟି ୟୁଏସଆଇଏସପିଏଫ ପକ୍ଷରୁ ଗଠନ କରାଯାଇଛି। ନିର୍ବାଚନ ଶେଷ ହେବା ବେଳକୁ ଏହି କମିଟି ଏହାର ସୁପାରିସ ପ୍ରସ୍ତୁତ କରିସାରିଥିବା ବୋଲି ଆଶା କରାଯାଉଥିବା ଶ୍ରୀ ଅଘି କହିଛନ୍ତି। ତେବେ ଏହି କମ୍ପାନି ଗୁଡ଼ିକ ଭାରତ ଆସିଲେ କେତେ ନିବେଶ ଆସିବ ବୋଲି ପ୍ରଶ୍ନ ହେବାରୁ ସେ କହିଲେ ବିପୁଳ ପରିମାଣର ନିବେଶ ଆସିବ। ଗତ ବର୍ଷ ମଧ୍ୟରେ ତାଙ୍କର ସଦସ୍ୟ କମ୍ପାନି ଗୁଡ଼ିକ ୫୦ ବିଲିଅନ ଡଲାରରୁ ଅଧିକ ନିବେଶ କରିଛନ୍ତି ବୋଲି ଶ୍ରୀ ଅଘି ସୂଚନା ଦେଇଛନ୍ତି।

28/04/2019

Leave a Reply

Your email address will not be published. Required fields are marked *

Comments