Bikash Khabar
ଭୁବନେଶ୍ୱରରୁ ବୃଦ୍ଧି ପାଇବ ଘରୋଇ ବିମାନ ସେବା

 ଭୁବନେଶ୍ୱରରୁ ଘରୋଇ ବିମାନ ସେବା ବୃଦ୍ଧି ପାଇବ। ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱରରୁ ବାଙ୍ଗାଲୁରୁକୁ ଦୁଇଟି ଏୟାର ଏସିଆ ବିମାନ ଉଡିବ। ସେହିଭଳି ହ୍ରାଇଦ୍ରାବାଦ ଏବଂ କୋଲକାତାକୁ ଗୋଟିଏ ଲେଖାଏ ନୂଆ ବିମାନ ଉଡିବା ନେଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଶୁକ୍ରବାର ସୂଚନା ଦେଇଛନ୍ତି। ସେହିପରି ରନେଓ୍ଵ ମରାମତି କାର୍ଯ୍ୟ ପାଇଁ ରାତିରେ ବିମାନ ବନ୍ଦର ବନ୍ଦ ରହୁଛି। ସେଥିପାଇଁ ଏୟାର ଏସିଆ ବିମାନ ଉଡାଣ ସମୟରେ ପରିବର୍ତ୍ତନ ହୋଇଛି। ପୂର୍ବରୁ କ୍ୱାଲାଲାମ୍ପୁର-ଭୁବନେଶ୍ୱର ଏୟାର ଏସିଆ ବିମାନ ରାତି ୧୧ଟା ୨୫ରେ ଭୁବନେଶ୍ୱରରେ ପହଞ୍ଚୁଥିଲା। ଏଣିକି କ୍ୱାଲାଲାମ୍ପୁର-ଭୁବନେଶ୍ୱର ଏୟାର ଏସିଆ ବିମାନ ରାତି ୯ଟାରେ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚିବ। ସେହିଭଳି .୩୦ରେ ଏୟାର ଏସିଆ ବିମାନ ଭୁବନେଶ୍ୱରରୁ କ୍ୱାଲାଲାମ୍ପୁରକୁ ଯାତ୍ରା କରିବ।

05/10/2019

Leave a Reply

Your email address will not be published. Required fields are marked *

Comments